ଛତିଶଗଡ଼ ସରକାରରେ କମ୍ପନ: ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟି.ଏସ ସିଂହଦେଓ

Advertisment
ଛତିଶଗଡ଼ ସରକାରରେ କମ୍ପନ: ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟି.ଏସ ସିଂହଦେଓ

ରାୟପୁର: ଛତିଶଗଡ ପଞ୍ଚାୟତିରାଜ ମନ୍ତ୍ରୀ ଟି.ଏସ୍ ସିଂହଦେଓ ଇସ୍ତଫା ଦେଇଛନ୍ତି। ଆଉ ଏହା ଜଣାପଡିବା ପରେ ଛତିଶଗଡ ରାଜନୀତିରେ ଏକ ରାଜନୈତିକ କମ୍ପନ ସୃଷ୍ଟି ହୋଇଛି | କୁହାଯାଉଛି ଯେ ମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କୁ ନ ଜଣାଇ ତାଙ୍କ ବିଭାଗ ସହ ଜଡିତ କିଛି ନିଷ୍ପତ୍ତି ନିଆଯାଇଛି, ଯେଉଁଥିପାଇଁ ଟି.ଏସ୍ ସିଂହଦେଓ ରାଗିଯାଇ ଇସ୍ତଫା ଦେଇଛନ୍ତି। ସିଂହଦେଓ ତାଙ୍କ ଅଧୀନରେ ଥିବା ଅବଶିଷ୍ଟ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ସିଂହଦେଓଙ୍କ ଇସ୍ତଫା ଖବର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଥାଉ କି ଯେ ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ, ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ବାଣିଜ୍ୟିକ କର (ଜିଏସଟି) ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱରେ ଥିଲେ। ସୂଚନାନୁସାରେ, ମନ୍ତ୍ରୀ ସିଂହଦେଓ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ ଅତୀତରେ ବହୁ ସଂଖ୍ୟକ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଅଫିସର (ଏପିଓ) ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଏହା ପରେ ପଞ୍ଚାୟତିରାଜ ମନ୍ତ୍ରୀ ସିଂହଦେଓ ରାଗି ଯାଇଥିଲେ।

ସୂତ୍ରରୁ ପ୍ରକାଶ ଯେ ୨୧ ଜଣ ସହକାରୀ ପ୍ରକଳ୍ପ ଅଧିକାରୀ(ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଅଫିସର)ଙ୍କୁ ନିଲମ୍ବନ କରିବା ପୂର୍ବରୁ ମନ୍ତ୍ରୀ ସିଂହଦେଓଙ୍କ ଏବିଷୟରେ ମଧ୍ୟ ପଚରାଯାଇ ନଥିଲା। ଯେଉଁଥିପାଇଁ ସେ ଅସନ୍ତୋଷରେ ଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe