ନୂଆଦିଲ୍ଲୀ: ରୁଷରେ ଶକ୍ତିଶାଳୀ ଭୂକମ୍ପ ପରେ ଏବେ ସୁନାମୀର ଆତଙ୍କ । ଭୟଙ୍କର ଭୂକମ୍ପରେ ରୁଷ ଥରହର ହେବା ପରେ ଏବେ ସୁନାମୀ ମାଡ଼ି ଆସିବା ନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ସମୁଦ୍ରରୁ ବିରାଟ ବିରାଟ ଜୁଆର ସ୍ଥଳ ଭାଗକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବାରୁ ଭୟଙ୍କର ସୁନାମୀର ଆଶଙ୍କା କରାଯାଉଛି । ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର । ତେବେ ଜୁଆର ମାଡ଼ରେ ସମୁଦ୍ର କୂଳରେ ଥିବା ବିରାଟ ବିଲ୍ଡି ସବୁ ଭାସି ଯାଉଥିବା ଦେଖିବାକୁ ମିଳିଛି । 

Advertisment

ସେପଟେ ଶକ୍ତିଶାଳୀ ଭୂକମ୍ପରେ ରୁଷର ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭୂମିକମ୍ପ ପ୍ରଭାବରେ ଜାପାନରେ ବି ସୁନାମୀ ମାଡି ଆସିଲାଣି । ଜାପାନର ୧୬ଟି ସ୍ଥାନରେ ସୁନାମୀର ପ୍ରଭାବ ଦେଖିବାକୁ ମିଳିଲାଣି । ଜାପାନର ଉତ୍ତର ହୋକାଇଡେରେ ୧ ଫୁଟ ଉଚ୍ଚର ଜୁଆର ଉଠୁଥିବା ସୂଚନା ରହିଥିବା ବେଳେ ଆଗକୁ ଅଧିକ ଉଚ୍ଚର ଜୁଆର ଉଠିବା ନେଇ ଆଶଙ୍କା କରାଯାଇଛି । 

ସେହିପରି ଆମେରିକାର କାଲିଫର୍ଣ୍ଣିଆ ଏବଂ ହାଓ୍ଵାଇରେ ବି ସୁନାମୀର ଆତଙ୍କ ଦେଖିବାକୁ ମିଳିଲାଣି । ଲୋକଙ୍କ ଉଚ୍ଚା ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଟ୍ରମ୍ପ ସୁରକ୍ଷିତ ରହିବାକୁ ଜନତାଙ୍କୁ ଅପିଲ କରିଛନ୍ତି ।

ତେବେ ଭୂକମ୍ପ ପାଇଁ ସମୁଦ୍ରରେ ଉଚ୍ଚା ଜୁଆର ଉଠିବା ସମ୍ଭାବନା ରହିଛି । ଯାହା ଦ୍ବାରା ଅନେକ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରାଯାଇଛି । ୧୯୫୨ ମସିହା ପରେ ରୁଷର କାମଚଟକାରେ ଏପରି ଶକ୍ତିଶାଳୀ ଭୂମିକମ୍ପ ଦେଖିବାକୁ ମିଳିଛି । ଲୋକେ ବଡ଼ ବଡ଼ କୋଠାକୁ ଚଢି ଯାଇଥିବା ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ-

ଭୂକମ୍ପରେ ଥରହର ରୁଷ: ଲାଗିଲା ୮.୮ ତୀବ୍ରତାର ଶକ୍ତିଶାଳୀ ଝଟକା, ସମୁଦ୍ର ଗର୍ଭରେ ଭୂକମ୍ପର କେନ୍ଦ୍ରସ୍ଥଳ..