ଆଲାସ୍କାରେ ୮.୨ ତୀବ୍ରତର ଭୂମିକମ୍ପ, ସୁନାମୀ ଚେତାବନୀ ଜାରି

ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ

Tribune India

ଆଲାସ୍କା : ଆମେରିକାର ଆଲାସ୍କା ଦ୍ବୀପପୁଂଜରେ ଗୁରୁବାର ୮.୨ ତୀବ୍ରତର ଭୂମିକମ୍ପ ଅନୁଭୂତ ହୋଇଛି। ଆଲାସ୍କାର ୯୧ କିମି ଦକ୍ଷିଣ ପୂର୍ବରେ ଏହାର ତ୍ରୀବ୍ର ଝଟକା ଅନୁଭୂତ ହୋଇଛି। ଏହାର ଗଭୀରତା ୩୫ କିମି ଥିଲା ବୋଲି ଆମେରିକା ଭୂ ବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ସମୁଦ୍ରରେ ପ୍ରାୟ ୧୭ କିମି ଗଭୀର ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥିଲା। ଏହାର ପ୍ରଭାବରେ ବଡ଼ ଜୁଆର ଆସିବା ଆଶଙ୍କା ରହିଥିବା ପ୍ରଶାନ୍ତ ମହାସାଗରୀୟ ସୁନାମି ସତର୍କତା କେନ୍ଦ୍ର ସୂଚନା ଦେଇଛି। ସୁନାମୀ ଆଲର୍ଟ ଜାରି ହବା ସହ ହାୱାଇ ରାଜ୍ୟରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଅମେରିକାର ଜାତୀୟ ସୁନାମି ସତର୍କତା କେନ୍ଦ୍ର କାନାଡ଼ା ପ୍ରଶାନ୍ତ ମହାସାଗରୟ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏହାର ପ୍ରଭାବ ଆକଳନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe