ଟ୍ରେନରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ଟିଟିଇ

Advertisment
ଟ୍ରେନରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ଟିଟିଇ

Hindustan Times

ନୂଆଦିଲ୍ଲୀ: ବିମାନ ପରେ ଟ୍ରେନରେ ଏବେ ଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା ସାମ୍ନାକୁ ଆସିଛି। ଅମୃତସରରୁ କୋଲକାତା ଯାଉଥିବା ଅକାଲ ତଖତ ଏକ୍ସପ୍ରେସରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଜନୈକ ନିଶାସକ୍ତ ଟିଟିଇ (ଟ୍ରାଭେଲ ଟିକେଟ ପରୀକ୍ଷକ) ପରିସ୍ରା କରି ଦେଇଛନ୍ତି। ରେଳବାଇ ବିହାର ବେଗୁସରାଇର ମୁନ୍ନା କୁମାର ନାମକ ଅଭିଯୁକ୍ତ ଟିଟିଇଙ୍କୁ ବରଖାସ୍ତ କରି କହିଛି ଯେ ଏଭଳି ଆଚରଣ ପାଇଁ ଆମର ସହନଶୀଳତା ଶୂନ୍ୟ। ମହିଳା ଜଣକ ତାଙ୍କ ସ୍ୱାମୀ ରାଜେଶଙ୍କ ସହ ଯାତ୍ରା କରୁଥିଲେ।

ରବିବାର ମଧ୍ୟରାତ୍ରିରେ ମହିଳା ଶୋଇଥିବାବେଳେ ଟିକେଟ୍ ଚେକର୍ ତାଙ୍କ ମୁଣ୍ଡ ଉପରେ ପରିସ୍ରା କରିଥିଲେ। ସଙ୍ଗେ ସଙ୍ଗେ ମହିଳା ଜଣକ ପାଟି କରିବାରୁ ଅନ୍ୟ ଯାତ୍ରୀମାନେ ଉଠିପଡ଼ି ଟିଟିଇଙ୍କୁ କାବୁ କରି ନେଇଥିଲେ। ମହିଳାଙ୍କ ସ୍ୱାମୀ ଜିଆର୍‌ପି ଥାନାରେ ଏଫ୍ଆଇଆର୍ ଦେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଟ୍ୱିଟ୍ କରି କହିଛନ୍ତି, ଜିରୋ ଟଲେରାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe