ପାକିସ୍ତାନୀ ସେନା ଉପରେ ଟିଟିପି ଆତଙ୍କବାଦୀ ଆକ୍ରମଣ: ୧୭ଯବାନଙ୍କ ଗଳାକାଟି ହତ୍ୟା

Advertisment

ପାକିସ୍ତାନର ଖାଇବର ପାସ୍ତୁନଖ୍ବାର ବନ୍ନୁ ଜିଲ୍ଲାର ମଲିକେଲ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନୀ ସେନାର ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପାଇଁ ଟିଟିପି ସହଯୋଗୀ ଏଚଜିବି ନିଜକୁ ଦାୟୀ କରିଛି। ପାକିସ୍ତାନୀ ସୈନିକଙ୍କ ମୁଣ୍ଡ କାଟିବାର ଭିଡିଓ ମଧ୍ୟ ଏଚଜିବି ଜାରି କରିଛି...

ପାକିସ୍ତାନର ଖାଇବର ପାସ୍ତୁନଖ୍ବାର ବନ୍ନୁ ଜିଲ୍ଲାର ମଲିକେଲ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନୀ ସେନାର ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପାଇଁ ଟିଟିପି ସହଯୋଗୀ ଏଚଜିବି ନିଜକୁ ଦାୟୀ କରିଛି। ପାକିସ୍ତାନୀ ସୈନିକଙ୍କ ମୁଣ୍ଡ କାଟିବାର ଭିଡିଓ ମଧ୍ୟ ଏଚଜିବି ଜାରି କରିଛି...

4mpo012x

ଇସଲାମାବାଦ: ପାକିସ୍ତାନର ଖାଇବର ପାସ୍ତୁନଖ୍ବା(କେପି)ର ବନ୍ନୁ ଜିଲ୍ଲାର ମଲିକେଲ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ଓ ଗୁଳି ବିନିମୟରେ ପାକିସ୍ତାନୀ ସେନାର ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପାଇଁ ଟିଟିପି ସହଯୋଗୀ ହାଫିଜ ଗୁଲ ବୁହାଦୁର ଗ୍ରୁପ୍ (ଏଚଜିବି) ନିଜକୁ ଦାୟୀ ବୋଲି ଦାବି କରିଛି।

ପାକିସ୍ତାନୀ ସୈନିକଙ୍କ ମୁଣ୍ଡ କାଟିବାର ଭିଡିଓ ମଧ୍ୟ ଏଚଜିବି ଜାରି କରିଛି। ଆକ୍ରମଣ ପରେ ପାକିସ୍ତାନୀ ସୈନିକମାନଙ୍କୁ କୌଣସି ଗାଡି ମଧ୍ୟ ମିଳି ନ ଥିଲା।  ସେମାନଙ୍କ ସାଥୀମାନଙ୍କ ଶବକୁ ଗଧ ଉପରେ ବୋହି ନେବାକୁ ପଡିଥିଲା।

ବନ୍ନୁରେ ଏକ ସେନା ଯାଞ୍ଚ ପୋଷ୍ଟକୁ ଟାର୍ଗେଟ କରାଯାଇଥିଲା। ଏକ କାରରେ ଆସିଥିବା ଆତ୍ମଘାତୀ ବିସ୍ଫୋରଣକାରୀ ଚେକ୍ ପୋଷ୍ଟରେ ବିସ୍ଫୋରଣ କରିଥିଲେ। ଆକ୍ରମଣ ପରେ ଗୁଳି ବିନିମୟରେ ସୁରକ୍ଷା ବାହିନୀ ୬ ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିଥିବା ଦାବି କରିଛି। ପାକିସ୍ତାନର ବାଲୁଚିସ୍ତାନ ଏବଂ କେପିରେ ସୁରକ୍ଷା ବାହିନୀ, ପୁଲିସ ଏବଂ ସୁରକ୍ଷା ପୋଷ୍ଟକୁ ଟାର୍ଗେଟ କରୁଥିବା ଆକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଗତ କିଛି ଦିନ ଧରି ବାଲୁଚିସ୍ତାନ ଏବଂ କେପିରେ ଆକ୍ରମଣ ବୃଦ୍ଧି ପାଇଛି। ସୋମବାର ଉତ୍ତର ୱାଜିରିସ୍ତାନ ସୀମାରେ ଥିବା ଏକ ଚେକ୍ ପୋଷ୍ଟରୁ ୧୨ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ଅପହରଣ କରାଯାଇଥିଲା। ଗତ ସପ୍ତାହରେ ମଧ୍ୟ କେପିର ତିରାହ ଉପତ୍ୟକାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୮ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: ରୁଷିଆର ନୂଆ ଅଦୃଶ୍ୟ ଯୁଦ୍ଧ ବିମାନ,ଆମେରିକାର ଏଫ-୩୫ ଜେଟ୍‌କୁ ଟକ୍କର ଦେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe