ଆସନ୍ତାକାଲି ଭାରତ ବନ୍ଦ ! ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ବନ୍ଦ ଡାକରା

Advertisment
‘ଭାରତ ବନ୍ଦ’ ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳି : ସୁରକ୍ଷା କଡ଼ାକଡ଼ି କରିବା ସହ ଶାନ୍ତି ବଜାୟ ରଖିବାକୁ ନିର୍ଦ୍ଦେଶ

ନୂଅାଦିଲ୍ଲୀ: ମଙ୍ଗଳବାର  ଭାରତ ବନ୍ଦ । ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ପୁଣି ଥରେ ଆସନ୍ତା କାଲି ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ, ଯେ କୌଣସି ବଡ ରାଜନୈତିକ ଦଳ କିମ୍ବା ଆଖିଦୃଶିଆ ବ୍ୟକ୍ତି ବିଶେଷଙ୍କ ବିନା ସହଯୋଗରେ ତିନି ତିନି ଥର ଭାରତବନ୍ଦ ହୋଇସାରିଲା ପରେ ଏହା ଏବେ ଏକ ରାଜନୈତିକ ରୂପରେଖ ନେବାରେ ଲାଗିଛି । ତେବେ ଏହି ବନ୍ଦ ଡାକରା ସକାଳ ୬ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ ବୋଲି ସୂଚନା ମିଳିଛି ।

ବିଶେଷ କରି ଗତ ସେପ୍ଟେମ୍ବର ୬ ତାରିଖ ଭାରତ ବନ୍ଦ ପରେ ଆଧ୍ୟାତ୍ମିକ କଥାବାଚକ ଦେବକୀନନ୍ଦନ ମହାରାଜଙ୍କ ଅଭ୍ୟୁଦୟ ଜାତିଭିତ୍ତିକ ଏସସି କିମ୍ବା ଏସଟି ଆଟ୍ରୋସିଟି ବିରୋଧୀ ଆନ୍ଦୋଳନକୁ ଏକ ନୂଆ ଦିଗ ପ୍ରଦାନ କରିଛି । କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି, ଆରକ୍ଷଣ ବିରୋଧୀ ପାର୍ଟି, ଅନାରକ୍ଷିତ ସମାଜ ପାର୍ଟି, ପବ୍ଲିକ ପଲିଟିକାଲ ପାର୍ଟି ଭଳି ରାଜ୍ୟ ସ୍ତରରେ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ଭଳି ରାଜନୈତିକ ଦଳମାନେ ଏହି ଆନ୍ଦୋଳନ ପଛରେ ଛିଡା ହେବାକୁ ଆରମ୍ଭ କଲେଣି । ଦେଶର ଏକତା ଓ ଅଖଣ୍ଡତା ବିରୋଧୀ ଜାତିଭିତ୍ତିକ ଆଇନ ବିରୁଦ୍ଧରେ ରୁଦ୍ରନାରାୟଣ ସେନା ତାର ଦଳବଳ ନେଇ ରାସ୍ତାକୁ ଓହ୍ଳାଇବ ବୋଲି ସେନାମୁଖ୍ୟ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe