ଟୁଲ୍‌କିଟ୍‌ ମାମଲା: ସମ୍ବିତ ପାତ୍ରଙ୍କୁ ଛତିଶଗଡ଼ ପୁଲିସର ସମନ

Advertisment
ପୁରୀ ଲୋକସଭା ଆସନ: ସମ୍ବିତଙ୍କୁ ପିପିଲି ଆସନରୁ ସର୍ବାଧିକ ଭୋଟ୍‌

Image Courtesy of India Today

ରାୟପୁର: ଟୁଲ୍‌କିଟ୍‌ ମାମଲାରେ ଛତିଶଗଡ଼ ପୁଲିସ ବିଜେପି କେନ୍ଦ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମନ ପଠାଇଛି। ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରବିବାର ଅପରାହ୍ନ ୪ଟାରେ ହାଜର ହେବା ପାଇଁ ଏହି ନୋଟିସ୍‌ରେ ଉଲ୍ଲେଖ ଥିଲା। ଗତ ୧୯ ତାରିଖରେ ସିଭିଲ୍‌ ଲାଇନ୍‌ ଥାନାରେ ସମ୍ବିତ ପାତ୍ର, ତାଙ୍କ ସହଯୋଗୀ ରମଣ ସିଂହଙ୍କ ନାମରେ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ସେମାନେ କଂଗ୍ରେସର ଲେଟରହେଡ୍‌ ବ୍ୟବହାର କରି ନକଲି ଟୁଲ୍‌କିଟ୍‌ ବାଣ୍ଟିଥିବା ଏନ୍‌ଏସ୍‌ୟୁଆଇ ପକ୍ଷରୁ ଅଭିଯୋଗ ହୋଇଥିଲା। ସେହିଭଳି ଅନ୍ୟ ଏକ ନୋଟିସ୍‌ ରମଣ ସିଂହଙ୍କ ନିକଟକୁ ସିଭିଲ୍‌ଥାନା ପୁଲିସ ପଠାଇଛି। ସୋମବାର ମଧ୍ୟାହ୍ନ ୧୨.୩୦ରେ ସିଂହ ନିଜ ଘରେ ଉପସ୍ଥିତ ରହିବେ। ଏହି ମାମଲାରେ ପୁଲିସ ତାଙ୍କୁ ପଚରା ଉଚରା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe