୧୦୪ ଘଣ୍ଟା ପୋତିହୋଇ ରହିବା ପରେ ୭ ଜୀବିତ ଉଦ୍ଧାର, ୨୬୩ ଶିଶୁଙ୍କ ବାପା ମା’ ମିଳୁନାହାନ୍ତି

୧୦୪ ଘଣ୍ଟା ପୋତିହୋଇ ରହିବା ପରେ ୭ ଜୀବିତ ଉଦ୍ଧାର, ୨୬୩ ଶିଶୁଙ୍କ ବାପା ମା’ ମିଳୁନାହାନ୍ତି

ଇସ୍ତାନବୁଲ : ଦୀର୍ଘ ୧୦୪ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଶୁକ୍ରବାର ଦିନ ତୁର୍କୀର ଏକ ଭଗ୍ନ କୋଠା ତଳୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଜୀବିତ ଉଦ୍ଧାର କରିଛନ୍ତି। ସେମାନେ ପ୍ରାୟ ୧୦୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଭଗ୍ନାବ‌ଶେଷ ତଳେ ଫସି ରହିଥିଲେ। ଇସ୍କେନଡେରୁନ ଜିଲ୍ଲାରେ ଏକ ୫ ମହଲା ଆପାର୍ଟମେଣ୍ଟ କୋଠାର ଭଗ୍ନାବଶେଷ ତଳୁ ସେମାନଙ୍କୁ ଉଦ୍ଧାର କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା। ୪୦ ଘଣ୍ଟାର ଲଗାତାର ପ୍ରୟାସ ପରେ ଏହା ସମ୍ଭବ ହୋଇପାରିଛି। ହତୟରେ ମଧ୍ୟ ଦୀର୍ଘ ୭୯ ଘଣ୍ଟା ପରେ ଏକ ୨ ବର୍ଷର ଶିଶୁକୁ ଜୀବିତ ଉଦ୍ଧାର କରାଯାଇଛି।

ଇତି ମଧ୍ୟରେ ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଥିବା ମୋଟ୍‌ ୨୬୩ ଶିଶୁଙ୍କ ବାପା ମା’ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ନିକଟରେ ଏଯାବତ ପହଞ୍ଚି ହୋଇନି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୧୬୨ ଶିଶୁ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ୧୦୧ ଶିଶୁଙ୍କୁ ମନ୍ତ୍ରାଳୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗକୁ ପଠାଯାଇଛି। ୧୮ ଜଣ ଶିଶୁଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe