ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ୟୁଏନ୍‌ଜିଏ ଉଦ୍‌ବୋଧନରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲେ

Advertisment
ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ୟୁଏନ୍‌ଜିଏ ଉଦ୍‌ବୋଧନରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲେ

Business Standard

ୱାଶିଂଟନ: ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ଗତବର୍ଷ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ କାଶ୍ମୀର କଥା ଉଠାଇଥିଲେ। ଏଥର ପୁଣି ଉଚ୍ଚସ୍ତରୀୟ ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ) ବୈଠକରେ ବିଶ୍ବନେତାମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ। ଗତବର୍ଷ ଏର୍ଡୋଗାନ ଏକ ରେକର୍ଡ ହୋଇଥିବା ବିବୃତିରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ସେତେବେଳେ ଭାରତ ଏହାକୁ ‘ସମ୍ପୂର୍ଣ୍ଣଭାବେ ଅଗ୍ରହଣୀୟ’ ବୋଲି ମତ ଦେଇ କହିଥିଲା ଯେ ତୁର୍କୀ ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ବକୁ ସମ୍ମାନ ଦେବା ଶିଖୁ ଏବଂ ନିଜ ଦେଶକଥା ଉପରେ ଧ୍ୟାନ କେନ୍ଦ୍ରିତ କରୁ।

ସାଧାରଣ ବିତର୍କରେ ଉଦ୍‌ବୋଧନ ଦେଇ ଏର୍ଡୋଗାନ୍ ମଙ୍ଗଳବାର କହିଲେ ଯେ, ଜାତିସଂଘ ମଧ୍ୟସ୍ଥତାରେ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ ହେଉ ବୋଲି ଆମେ ୭୪ ବର୍ଷ ହେଲା ଆମର ଆଭିମୁଖ୍ୟ ସ୍ପଷ୍ଟ ରଖିଛୁ। ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ପାକିସ୍ତାନର ବନ୍ଧୁଭାବେ ଜଣାଶୁଣା ତୁର୍କୀ ରାଷ୍ଟ୍ରପତି ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଗତବର୍ଷ ପାକିସ୍ତାନ ଗସ୍ତ ବେଳେ ବି ସେ ସେହି ପ୍ରସଙ୍ଗ ଉଠାଇଥିଲେ। ସେତେବେଳେ ଭାରତର ବିଦେଶ ମନ୍ତ୍ରଣାଳୟ କହିଥିଲା ଯେ, ଏର୍ଡୋଗାନଙ୍କ କଥାରୁ ଜଣାପଡ଼ୁଛି, ଇତିହାସ ବିଷୟରେ ତାଙ୍କର ଜ୍ଞାନ ନାହିଁ କିମ୍ବା କୂଟନୀତି କ’ଣ ସେ ଜାଣନ୍ତି ନାହିଁ। ତୁର୍କୀ ସହ ଭାରତର ସମ୍ପର୍କ ଉପରେ ଏହା ଗଭୀର ପ୍ରଭାବ ପକାଇବ। ସୀମାପାର ଆତଙ୍କବାଦକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ତୁର୍କୀର ବାରମ୍ବାର ପ୍ରଚେଷ୍ଟାକୁ ଭାରତ ନିନ୍ଦା କରିଛି।

ମଙ୍ଗଳବାରର ଉଦ୍‌ବୋଧନରେ ତୁର୍କୀ ରାଷ୍ଟ୍ରପତି ମଧ୍ୟ ଚୀନ୍‌ ସିଞ୍ଜିୟାଙ୍ଗର ସଂଖ୍ୟାଲଘୁ ମୁସଲିମ ଉଇଗର ତୁର୍କ ସମ୍ପ୍ରଦାୟ ଏବଂ ମ୍ୟାନ୍‌ମାରର ରୋହିଙ୍ଗ୍ୟା ସମ୍ପ୍ରଦାୟ କଥା ଉଠାଇଥିଲେ। ଉଇଗର ଓ ରୋହିଙ୍ଗ୍ୟା ମୁସଲମାନଙ୍କ ଅଧିକାରର ସୁରକ୍ଷା ପାଇଁ ଅଧିକ ପ୍ରଚେଷ୍ଟାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ଆମେରିକା, ୟୁରୋପ ଓ ଅନେକ ରାଷ୍ଟ୍ର ପ୍ରାକୃତିକ ସମ୍ବଳ-ସମୃଦ୍ଧ ସିଞ୍ଜିୟାଙ୍ଗ ଅଞ୍ଚଳରେ ଉଇଗର ସମ୍ପ୍ରଦାୟର ଲୋକମାନଙ୍କୁ ଜାତି-ଧର୍ମ ଆଧାରରେ ଚୀନ୍ ଗଣହତ୍ୟା କରୁଥିବାର ଅଭିଯୋଗ କରିଛନ୍ତି ଏବଂ ମାନବାଧିକାର ଗୋଷ୍ଠୀ ଦ୍ବାରା ଏହାର ତଦନ୍ତ କରାଯିବା ପାଇଁ ଦାବି କରିଛନ୍ତି। ରୋହିଙ୍ଗ୍ୟାଙ୍କ ବିଷୟରେ ଏର୍ଡୋଗାନ କହିଥିଲେ ଯେ ସେମାନେ ବାଂଲାଦେଶ ଓ ମ୍ୟାନ୍‌ମାରରେ ଶରଣାର୍ଥୀ ଶିବିରଗୁଡ଼ିକରେ ଅତ୍ୟନ୍ତ ଦୟନୀୟଭାବେ ରହିଛନ୍ତି। ସେମାନେ ନିଜ ମାତୃଭୂମିକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରିବା ସେ ଚାହାନ୍ତି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe