ମଣ୍ଡି: ବସ୍ ଛୁଟି ନଦେବାରୁ ଭିଡିଓ କଲରେ ବିବାହ କଲେ ଯୁବକ। ଭିଡିଓ କଲରେ କାଜି ସବୁ ରୀନିତୀତି କରିବା ପରେ ଉଭୟ ବର-ବଧୂ ୩ଥର 'କୁବୁଲ ହେ' କହିଥିଲେ। ଏହା ପରେ ବିବାହ ସଂପନ୍ନ ହୋଇଥିଲା। ଏହି ଘଟଣା ଘଟିଛି ହିମାଚଳ ପ୍ରଦେଶର ମଣ୍ଡିରେ। ଯୁବକଜଣକ ତୁର୍କିରେ ଚାକିରି କରୁଥିବା ବେଳେ ବିବାହ ପାଇଁ ବସ୍ ଛୁୁଟି ଦେବାକୁ ମନା କରିଦେଲେ। ଏହା ପରେ ବାଧ୍ୟ ହୋଇ ଯୁବକ ଭିଡିଓ କଲରେ ହିଁ ବିବାହ କରିଥିଲେ। ଯୁବକଜଣକ ହେଉଛନ୍ତି ଅଦନାନ ମହମ୍ମଦ।
ମିଳିଥିବା ସୂଚନା ମୁତାବକ, ଅଦନାନଙ୍କ ଘର ବିଲାସପୁରରେ। ତାଙ୍କର ବିବାହ ମଣ୍ଡିରେ ସ୍ଥିର ହୋଇଥିଲା। ବିବାହ ତାରିଖ ଧାର୍ଯ୍ୟ ହୋଇଥିଲେ ବି ତୁର୍କିରେ ଥିବା ଅଦନାନଙ୍କୁ ଛୁଟି ମିଳିନଥିଲା। ଏଥିପାଇଁ ବିବାହ ତାରିଖ ଘୁଞ୍ଚାଇବାକୁ ଚିନ୍ତା କରିଥିଲେ ୨ପରିବାର। ହେଲେ କନ୍ୟାଙ୍କ ଜେଜେବାପାଙ୍କ ଦେହ ଖରାପ ଥିବାରୁ ସେ ଶୀଘ୍ର ବିବାହ ହେଉ ବୋଲି ଚାହୁଥିଲେ। ଏହାକୁ ଆଖି ଆଗରେ ରଖି ଅଦନାନ ଭିଡିଓ କଲରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିରେ ୨ପରିବାର ରାଜି ହେବା ପରେ ରବିବାର ବିଲାସପୁରରୁ ବରାଯାତ୍ରୀ ଆସି ମଣ୍ଡିରେ ପହଞ୍ଚିଥିଲେ। ଏହା ପରେ ଭିଡିଓ କଲରେ ସବୁ ରୀତିନୀତି କରିଥିଲେ କାଜି। ଶେଷରେ ବର-କନ୍ୟା ପରସ୍ପରକୁ 'କୁବୁଲ ହେ' କହିଥିଲେ ଏବଂ ବିବାହ ସଂପନ୍ନ ହୋଇଥିଲା। କନ୍ୟାଙ୍କ ଦାଦା କହିଛନ୍ତି ଯେ, ଉନ୍ନତମାନର ଟେକ୍ନୋଲୋଜି ପାଇଁ ଏହା ସମ୍ଭବ ହୋଇପାରିଲା।
Follow Us