ଯୌନ ଉତ୍ପୀଡ଼ନ ମାମଲାରେ ତୁର୍କୀ କୋର୍ଟଙ୍କ ରାୟ: ମୁସ୍‌ଲିମ ପ୍ରଚାରକଙ୍କୁ ୮୬୫୮ ବର୍ଷ ଜେଲ୍‌

କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ଇସ୍ତାନବୁଲ: ଇସ୍ତାନବୁଲର ଏକ ଅଦାଲତ ଆଜି ଜଣେ ମୁସ୍‌ଲିମ ପ୍ରଚାରକଙ୍କୁ ଯୌନ ଉତ୍ପୀଡ଼ନ ଓ ଜାଲିଆତି ମାମଲାରେ ୮୬୫୮ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଟେଲିଭିଜନରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଆଦନାନ ଓକ୍‌ତାରଙ୍କୁ ସର୍ବଦା କମ୍‌ ପରିଧାନରେ ରହୁଥିବା ମହିଳାଙ୍କ ଗହଣରେ ଦେଖିବାକୁ ମିଳୁଥିଲା। ଟେଲିଭିଜନ କାର୍ଯ୍ୟକ୍ରମରେ ସେ ଏଭଳି ମହିଳା ମଣ୍ଡଳୀକୁ ‘କିଟେନ୍‌ସ’ (ବିରାଡ଼ି ଛୁଆ ଦଳ) ବୋଲି କହି ସମ୍ବୋଧିତ କରିଥାନ୍ତି।

ଗତବର୍ଷ ମଧ୍ୟ ଓକ୍‌ତାରଙ୍କୁ ଏକ ଅଦାଲତ ନାବାଳିକା ଦୁଷ୍କର୍ମ ମାମଲା, ଠକେଇ ଏବଂ ଗୁପ୍ତଚରଗିରି ମାମଲାରେ ୧୦୭୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ତଳ ଅଦାଲତ ରାୟକୁ ଉପର ଅଦାଲତ ଖାରଜ କରିଦେଇଥିଲେ। ଆଜି ଇସ୍ତାନବୁଲ କୋର୍ଟ ଦଣ୍ଡାଦେଶ ଶୁଣାଇ କହିଛନ୍ତି ଯେ ଓକ୍‌ତାରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ଅନ୍ୟର ଅଧିକାର ଉଲ୍ଲଂଘନ, ଶୋଷଣ ଆଦି ମାମଲାରେ ବଳିଷ୍ଠ ପ୍ରମାଣ ରହିଥିବାରୁ ତାଙ୍କୁ ଏଭଳି ଦଣ୍ଡାଦେଶ କରାଯାଇଛି । ଓକ୍‌ତାରଙ୍କ ଅନ୍ୟ ୧୦ ଜଣ ସହଯୋଗୀଙ୍କୁ ମଧ୍ୟ ୮୬୫୮ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe