ତୁର୍କୀର ସାମରିକ କାର୍ଗୋ ବିମାନ ଜର୍ଜିଆରେ ଦୁର୍ଘଟଣାଗ୍ରସ୍ତ; ୨୦ ମୃତ ଆଶଙ୍କା

ତୁର୍କୀର ସି-୧୩୦ ସାମରିକ କାର୍ଗୋ ବିମାନ  ଆଜି ଜର୍ଜିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି।    ସି-୧୩୦ ବିମାନ ଆଜି ଅଜରବୈଜନରୁ ଉଡ଼ାଣ କରି ତୁର୍କୀକୁ ଫେରୁଥିବା ବେଳେ  ଦୁର୍ଘଟଣାର ଶିକାର ହୋଇଛି।

sfhsfhfh

ଅଙ୍କାରା: ତୁର୍କୀର ସି-୧୩୦ ସାମରିକ କାର୍ଗୋ ବିମାନ  ଆଜି ଜର୍ଜିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି।    ସି-୧୩୦ ବିମାନ ଆଜି ଅଜରବୈଜନରୁ ଉଡ଼ାଣ କରି ତୁର୍କୀକୁ ଫେରୁଥିବା ବେଳେ  ଦୁର୍ଘଟଣାର ଶିକାର ହୋଇଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରାଳୟ ଏକ୍ସରେ ଏକ ପୋଷ୍ଟ୍‌ କରି ଏନେଇ ସୂଚନା ଦେଇଛି। ଦୁର୍ଘଟଣା ସମୟ‌ରେ ବିମାନରେ ୨୦ ଜଣ ଥିଲେ ଏବଂ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ ଏର୍ଡୋଗାନ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ କୌଣସି ମୃତ୍ୟୁ ସଂଖ୍ୟା କର୍ତ୍ତୃପକ୍ଷଙ୍କ ଦ୍ବାରା ସ୍ପଷ୍ଟ କରାଯାଇନାହିଁ। ଉଦ୍ଧାର ଅପରେସନ୍‌ ଜାରି ରହିଛି। ଅଜରବୈଜନ ଏବଂ ଜର୍ଜିଆ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏକ ସର୍ଚ୍ଚ ଏବଂ ଉଦ୍ଧାର ଅପରେସନ୍‌ ଆରମ୍ଭ ହୋଇଛି ବୋଲି ମନ୍ତ୍ରାଳୟ କହିଛି।  ଜର୍ଜିଆ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଅନୁଯାୟୀ ଜର୍ଜିଆର ସିଙ୍ଘାଙ୍ଘି ଅଂଚଳରେ ବିମାନ ଦୁର୍ଘଟଣା ହୋଇଛି।  ଅଜରବୈଜନ ସୀମା ନିକଟରେ ଦୁର୍ଘଟଣା ହୋଇଛି। ଉକ୍ତ ଘଟଣା‌ରେ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe