‘ନରକ ଦ୍ବାର’ ଭାବେ ସୁପରିଚିତ ୫୦ ବର୍ଷ ହେବ ଜଳୁଥିବା ଅଗ୍ନି ଗହ୍ବରକୁ ବନ୍ଦ କରିବ ତୁର୍କମେନିସ୍ତାନ୍‌

Advertisment
‘ନରକ ଦ୍ବାର’ ଭାବେ ସୁପରିଚିତ ୫୦ ବର୍ଷ ହେବ ଜଳୁଥିବା ଅଗ୍ନି ଗହ୍ବରକୁ ବନ୍ଦ କରିବ ତୁର୍କମେନିସ୍ତାନ୍‌

Image Courtesy of India Today

ଆସ୍‌ଗାବଟ୍‌: ‘ନରକ ଦ୍ବାର’ ନାମରେ ସୁପରିଚିତ ଦୀର୍ଘ ୫ ଦଶନ୍ଧି ହେବ ଗୋଟାଏ ବିଶାଳ ପ୍ରାକୃତିକ ବାଷ୍ପ ଗହ୍ବରରେ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଉପାୟ କରିବା ଲାଗି କେନ୍ଦ୍ରୀୟ ଏସୀୟ ଦେଶ ତୁର୍କମେନିସ୍ତାନର ପ୍ରତାପୀ ନେତା ବିଶେଷଜ୍ଞମାନଙ୍କୁ ଆଦେଶ ଦେଇଛନ୍ତି।

ପରିବେଶଗତ ଏବଂ ଅର୍ଥନୈତିକ ଅସୁବିଧା ଦର୍ଶାଇ କାରାକୁମ୍‌ ମରୁଭୂମୀ ମଧ୍ୟସ୍ଥଳରେ ଅବସ୍ଥିତ ‘ଦର୍‌ୱାଜା ବାଷ୍ପ ଗହ୍ବର’ରେ ଜଳୁଥିବା ଅଗ୍ନିଶିଖା ସବୁକୁ ଲିଭାଇବା ପାଇଁ ପ୍ରତାପୀ‌ ନେତା ତଥା ରାଷ୍ଟ୍ରପତି ଗୁର୍ବାଙ୍ଗୁଲି ବର୍ଡିକୁଖାମେଦୋଭ୍‌ ଶନିବାର ଦିନ ରାଷ୍ଟ୍ରାୟତ ଟେଲିଭିଜନ୍‌ରେ ସରକାରୀ ଅଧିକାରୀମାନଙ୍କୁ କହିଛନ୍ତି।

୧୯୭୧ ମସିହାରେ ସୋଭିଏତ୍‌ ଦେଶ ସେଠାରେ ଆରମ୍ଭ କରିଥିବା ଗହ୍ବର ଖନନ ଅଭିଯାନରେ ବିଭ୍ରାଟ ଯୋଗୁଁ ଜଳୁଥିବା ଅଗ୍ନିଶିଖା ଲିଭାଇବା ପାଇଁ ଉପାୟ କରିବା ଲାଗି ୨୦୧୦ରେ ମଧ୍ୟ ବର୍ଡିକୁଖାମେଦୋଭ୍‌ ବିଶେଷଜ୍ଞମାନଙ୍କୁ କହିଥିଲେ।

ରାଷ୍ଟ୍ରପତି ଗୁର୍ବାଙ୍ଗୁଲି ବର୍ଡିକୁଖାମେଦୋଭ୍‌ କହିଛନ୍ତି ଯେ, ମାନବ ନିର୍ମିତ ‌ଗହ୍ବର ପରିବେଶ ଓ ଆଖପାଖରେ ବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

publive-image Image Courtesy of India Today

ଏହାଛଡ଼ା, ଆମେ ମଧ୍ୟ ବିପୁଳ ଫାଇଦା ପାଇବା ଭଳି ମୂଲ୍ୟବାନ୍‌ ପ୍ରାକୃତିକ ସମ୍ବଳ (ଇନ୍ଧନ) ହରାଉଛୁ। ସେସବୁକୁ ଆମ ଜନସାଧାରଣଙ୍କ ଉନ୍ନତିରେ ବିନିଯୋଗ କରାଯାଇ ପାରନ୍ତା।

ସୂଚନାଯୋଗ୍ୟ, ୧୯୭୧ରେ ସୋଭିଏତ୍‌ ଦେଶ ଚଳାଇଥିବା ଖନନ ସମୟରେ ଭୂଗର୍ଭ ମଧ୍ୟସ୍ଥ ପ୍ରାକୃତିକ ବାଷ୍ପଭରା ଗୋଟାଏ ବିରାଟ ଗୁମ୍ଫାରେ ପିଟି ହୋଇ ଖୋଦେଇ ଯନ୍ତ୍ରଟି ଭିତରକୁ ଖସିପଡ଼ିବା ସହ ତା’ ଉପରେ ମାଟି ଅତଡ଼ା ଧସି ପଡ଼ିଥିଲା। ଫଳତଃ, ସେଥିରୁ ନିର୍ଗତ ବିପଜ୍ଜନକ ବାଷ୍ପ ବିସ୍ତାରକୁ ରୋକିବା ଲାଗି ସେଥିରେ ନିଆଁ ଲଗାଇ ଦେବାକୁ ସୋଭିଏତ୍‌ ଦେଶ ନିଷ୍ପତ୍ତି ନେଇଥିଲା।

ସେବେଠାରୁ ସେ ଗହ୍ବରରେ ନିଆଁ ଜଳୁଛି। ସେ ନିଆଁ ଲିଭାଇବାକୁ ପୂର୍ବରୁ କରାଯାଇଥିବା ସବୁ ଉଦ୍ୟମ ବିଫଳ ହୋଇଛି। କିନ୍ତୁ, ୨୨୯ ଫୁଟ୍‌ ଓସାର ଏବଂ ୬୫ ଫୁଟ୍‌ ଗଭୀର ଏହି ଜ୍ବଳନ୍ତ ଗହ୍ବର ପୂର୍ବତନ ସୋଭିଏତ୍‌ ଦେଶର ଏକ ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଥିଲା।

୨୦୧୮ରେ ରାଷ୍ଟ୍ରପତି ସରକାରୀ ଭାବେ ଏହାକୁ ‘ସାଇନିଙ୍ଗ୍‌ ଅଫ୍‌ କାରାକୁମ୍‌’ ବୋଲି ପୁନଃନାମିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe