ଘର ହତା ଭିତରୁ ଉଠାଇ ନେଇ ୨୦୦ ମିଟର ଯିବା ପରେ ବାଳକକୁ ଦଳି ପକାଇଲା ଦନ୍ତାହାତୀ

Advertisment
ଘର ହତା ଭିତରୁ ଉଠାଇ ନେଇ ୨୦୦ ମିଟର ଯିବା ପରେ ବାଳକକୁ ଦଳି ପକାଇଲା ଦନ୍ତାହାତୀ

Image Courtesy of Deccan Chornilce

ହସନ (କର୍ଣ୍ଣାଟକ): ରବିବାର ଦିନ ହସନ ଜିଲ୍ଲା ଅନ୍ତର୍ଗତ କୋଦାତବଲ୍ଲି ଗାଁ’ର ଜଣେ ୧୫ ବର୍ଷିୟ ବାଳକକୁ ତାଙ୍କ ଘର ପଛଆଡୁ ଦନ୍ତାହାତୀଟିଏ ଉଠାଇ ନେଇ ଦଳି ମାରି ପକାଇଛି।

ଭରତ ନାମକ ସେ ବାଳକକୁ ହାତୀଟିଏ ଥୋଡ଼ପାହାଡ଼ରେ ଧରି ନେଇ ଯାଉଥିବା ଦେଖି ମଧ୍ୟ କେତେକ ଗ୍ରାମବାସୀ ଭୟରେ ତାକୁ ଉଦ୍ଧାର କରିବାକୁ ଆସିଲେ ନାହିଁ। ଓଲଟି ସେମାନେ ଜୀବନ ବିକଳରେ ଦୌଡ଼ି ପଳାଇ ଯାଉଥିଲେ। ସକାଳ ସାଢ଼େ ଆଠଟା ପାଖାପାଖି ଦନ୍ତାଟାଏ କେ. ହୋସାକୋଟ୍‌ ଗାଁ’ରେ ପଶିଥିବା କେତେକ ଲୋକ ଦେଖିଥିଲେ। ଗାଁ’ ଭିତର ଦେଇ ହାତୀଟି ଯିବାବେଳେ ଘର ପଛପଟେ ଗୋରୁଙ୍କୁ ଖାଇବାକୁ ଦେଉଥିବା ଭରତ ତା’ ହାବୁଡ଼ରେ ପଡ଼ିଯାଇଥିଲା।

ଦନ୍ତାହାତୀଟି ୬ ଫୁଟିଆ ପାଚିରି ସେପଟକୁ ଥୋଡ଼ପାହାଡ଼ ବଢ଼ାଇ ବାଳକଟିକୁ ଉଠାଇ ନେଇ ଆସିଥିଲା। ଏବଂ ତାକୁ ପାଦରେ ଦଳିବା ପୂର୍ବରୁ ପ୍ରାୟ ୨୦୦ ମିଟର ଯାଏଁ ଥୋଡ଼ପାହାଡ଼ରେ ଗୁଡ଼ାଇ ଧରି ଚାଲି ଥିଲା।

ପରେ ଗ୍ରାମବାସୀମାନେ ମୁଣ୍ଡ ନଷ୍ଟ ହୋଇଯାଇଥିବା ସେ ବାଳକର ଶବ ପାଇଥିଲେ। ବନ୍ୟ ଅଧିକାରୀମାନେ କହନ୍ତି ଯେ, ସେମାନେ ଗାଁ’ ପାଖରେ ଥିବା ହାତୀପଲ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ଥିଲେ ମଧ୍ୟ ନରହନ୍ତା ଦନ୍ତାର ଟେର୍‌ ପାଉ ନାହାନ୍ତି କି, ସେ କେତେବେଳେ କୋଡ଼ାବତବଲ୍ଲୀ ଗାଁ’ରେ ପଶିଲା ଜାଣି ପାରିନାହାନ୍ତି। ଦନ୍ତା ବଣରୁ ଯାଇ ଗାଁ’ରେ ପଶି ଘରୁ ପିଲାକୁ ଉଠାଇ ଆଣି ମାରିବା କଥା ସେମାନଙ୍କୁ ଆଚମ୍ବିତ କରି ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe