ପୁଣି ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ; ୧୫ରେ ହେବ ଶୁଣାଣି

Advertisment
ପୁଣି ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ; ୧୫ରେ ହେବ ଶୁଣାଣି

ANI

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ରିଲିଜ୍‌କୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ। ବିବେକ ଓବେରଏ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ରିଲିଜ୍‌ ଅପ୍ରେଲ ୧୧ ତାରିଖରେ ହେବାକୁ ଥିବାବେଳେ, ଏହି ଚଳଚ୍ଚିତ୍ରର ରିଲିଜ୍‌ ଆଦର୍ଶ ନିର୍ବାଚନ ଆଚଣର ବିଧିକୁ ଉଲ୍ଲଂଘନ କରିବ ବୋଲି ଦର୍ଶାଇ ନିର୍ବାଚନ କମିଶନ ରିଲିଜ୍‌ର ଗୋଟିଏ ଦିନ ପୂର୍ବରୁ ଏହାର ରିଲିଜ୍‌ ଉପରେ ନିଷେଧାଦେଶ ଜାରି କରିଥିଲେ। ଦେଶରେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିବା ସମୟରେ ଏହି ଚଳଚ୍ଚିତ୍ରକୁ ରିଲିଜ୍‌ କରାଯାଇ ପାରିବ ନାହିଁ ବୋଲି ଜାରି ନିଷେଧାଦେଶରେ ସ୍ପଷ୍ଟ କରି ଦେଇଥିଲେ ନିର୍ବାଚନ କମିଶନ।

ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ରିଲିଜ୍‌ ଉପରେ ନିର୍ବାଚନ କମିଶନ ଜାରି କରିଥିବା ନିଷେଧାଦେଶ ଅଗଣତାନ୍ତ୍ରିକ ଥିବା ଦର୍ଶାଇ ଚଳଚ୍ଚିତ୍ରର ନିର୍ମାତା ଏହି ଏହାକୁ ଖାରଜ କରିବା ପାଇଁ ସୁପ୍‌୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରିଛନ୍ତି। ସୁପ୍‌୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଓ ଜଷ୍ଟିସ୍‌ ସଞ୍ଜୀବ୍‌ ଖାନ୍ନାଙ୍କୁ ନେଇ ଏକ ଖଣ୍ଠପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ଶୁଣାଣି ଆସନ୍ତା ୧୫ ତାରିଖରେ କରିବେ ବୋଲି କହିଛନ୍ତି।

publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ଏକ ମାମଲାକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଦେବା ସହ ଏହି ବାୟୋପିକ୍‌ ନିର୍ବାଚନ ପୂର୍ବରୁ ରିଲିଜ୍‌ ହେବ ନା ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ଗ୍ରହଣ କରିବେ ବୋଲି କହିଥିଲେ। ତଦନୁଯାୟୀ, ନିର୍ବାଚନ କମିଶନ ଏହି ଚଳଚ୍ଚିତ୍ର ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା କରି ଏହାର ରିଲିଜ୍‌ ଉପରେ ନିଷେଧାଦେଶ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe