ଘରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି କଲେ ଟ୍ୟୁସନ ସାର

Advertisment
ଘରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି କଲେ ଟ୍ୟୁସନ ସାର

ବୁଲନ୍ଦସହର: ଘରକୁ ଆସି ପାଠ ପଢ଼ାଇବା କେବଳ ବାହାନା ଥିଲା | ଘରକୁ ଆସି ଟଙ୍କା-ସୁନାଗହଣା କେଉଁଠି ରଖାଯାଏ ନଜର ରଖୁଥିଲେ | ଆଉ ସୁଯୋଗ ପାଇବାରୁ କଳାକନା ବୁଲାଇଦେଲେ | ଉତ୍ତରପ୍ରଦେଶର ବୁଲନ୍ଦସହରର ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ମନୋଜ କୁମାରଙ୍କ ଘରେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ମାମଲାରେ ପୁଲିସ ଏକ ବଡ ଖୁଲାସା କରିଛି। କୋଟୱାଲୀ ନଗର ପୁଲିସ ଏହି ମାମଲାରେ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷକ ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପିଲାମାନଙ୍କୁ ଟ୍ୟୁସନ ପଢ଼ାଇବା ପାଇଁ ତାଙ୍କ ଘରକୁ ଆସୁଥିଲେ। ପିଲାମାନଙ୍କୁ ଟ୍ୟୁସନ ଦେବା କାରଣରୁ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା | ଅଭିଯୁକ୍ତ ମଧ୍ୟ ଚୋରି କରିଥିବା ନେଇ ସ୍ୱୀକାର କରିଛନ୍ତି। ବାସ୍ତବରେ, ନଭେମ୍ବର ୨୯, ୨୦୨୨ରେ, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପତ୍ନୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ଯେତେବେଳେ ସେ ଛଟ ପୂଜା କରିବାକୁ ତାଙ୍କ ଘର ବାହାରକୁ ଯାଇଥିଲେ, କେହି ଜଣେ ତାଙ୍କ ଘରୁ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିଥିଲେ |

ଆଉ ଅଭିଯୋଗ ପରେ ପୁଲିସ ତଦନ୍ତ କରିଥିଲା | ପୁଲିସ, ଘରକୁ ପାଠ ପଢ଼ାଇବାକୁ ଆସୁଥିବା ଶିକ୍ଷକଙ୍କ ଉପରେ ଚୋରି କରିବାର ସନ୍ଦେହ କରିଥିଲା। ଯେଉଁ ଆଧାରରେ ପୁଲିସ ତାଙ୍କୁ ଗିରଫ କରି ଚରାଉଚରା କରିଥିଲା। ଏହାପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ | ପୁଲିସ ମଧ୍ୟ ଅଭିଯୁକ୍ତଙ୍କଠାରୁ ୨୦ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତ ଜଣକ କହିଛନ୍ତି ଯେ ସେ ଜାଣିଥିଲେ ଘରେ ଟଙ୍କା କେଉଁଠାରେ ରଖାଯାଇଛି। ୨୦୧୭ ମସିହାରୁ ଅଭିଯୁକ୍ତ ଜଣକ ପିଲାମାନଙ୍କୁ ପଢ଼ାଉଥିଲେ । ଏନେଇ ପୁଲିସ କହିଛି ଯେ ୫ବର୍ଷରୁ ଅଧିକ ସମୟ ଧରି ଘରକୁ ଆସି ପାଠ ପଢାଉଥିବାରୁ ପରିବାରର ସମସ୍ତ ସଦସ୍ୟଙ୍କୁ ସେ ଭଲ ଭାବେ ଜାଣିଥିଲେ | ଆଉ ଚୋରି ପାଇଁ ନକଲି ଚାବି ତିଆରି କରି କେହି ନଥିବାର ସୁଯୋଗ ପାଇ ଚୋରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe