୫୫ବର୍ଷ ବୟସରେ ଟେଲି କଳାକାର ଆଶିଷ ରଏଙ୍କ ପରଲୋକ

Advertisment
୫୫ବର୍ଷ ବୟସରେ ଟେଲି କଳାକାର ଆଶିଷ ରଏଙ୍କ ପରଲୋକ

ମୁମ୍ବାଇ: ୫୫ବର୍ଷ ବୟସରେ ଟେଲି କଳାକାର ଆଶିଷ ରଏଙ୍କ ପରଲୋକ। ତାଙ୍କର କିଡନିଜନିତ ସମସ୍ୟା ଥିବା ବେଳେ ଏବେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଖବର ମିଳିଛି। ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜୁହୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଡାୟାଲିସିସ୍ ଚାଲିଥିଲା।

ଏହାପୂର୍ବରୁ ଜାନୁଆରୀ ୨୦୧୯ ରେ ଆଶିଷ ରଏଙ୍କୁ ପକ୍ଷାଘାତ ହେବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲେଖକ-ନିର୍ମାତା ବିନନ୍ତା ନନ୍ଦା ତାଙ୍କ ଫେସବୁକ ପେଜରେ ଏହି ଖବର ସେୟାର କରିଥିଲେ। ଖବର ଅନୁଯାୟୀ, ଅଗଷ୍ଟ ୨୦୧୮ରେ, ଆଶିଷଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରଠାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ରହୁନଥିଲା। ଚଳିତ ବର୍ଷ ମେ ମାସରେ ଆଶିଷ ଆଇସିୟୁରେ ଭର୍ତ୍ତି ହେବା ପରେ ଅଭିନେତା ଫେସବୁକକୁ ଯାଇ ତାଙ୍କ ବନ୍ଧୁମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ଅନୁରୋଧ କରିଥିଲେ।

TV actor Ashiesh Roy updates about his health with a hospital selfie,  jokingly says 'bhagwan utha le mujhe!' | Tv News – India TV India TV News

ଧାରାବାହିକ ସସୁରାଲ ସିମର କା, ଜେନି ଅର ଜୁଜୁ, ତୁ ମେରେ ଅଗଲ ବଗଲ ହେ, ବା ବହୁ ଅର ବେବିରେ କାମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଆଶିଷ ରଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe