ଆଚାର ତିଆରି କରିବାର ପ୍ରଣାଳୀ ବତାଇ କେନ୍ଦ୍ରମନ୍ତ୍ରୀ କହିଲେ, ଅପେକ୍ଷାର ଫଳ…ଖଟା!

Advertisment
ଆଚାର ତିଆରି କରିବାର ପ୍ରଣାଳୀ ବତାଇ କେନ୍ଦ୍ରମନ୍ତ୍ରୀ କହିଲେ, ଅପେକ୍ଷାର ଫଳ…ଖଟା!

ନୂଆଦିଲ୍ଲୀ: ଟେଲିଭିଜନ ଧାରାବାହିକରେ ଦମଦାର ଅଭିନୟ କରି ଘରେଘରେ ପରିଚିତ ଥିବା ସ୍ମୃତି ଇରାନୀ ରାଜନୀତିରେ ପାଦ ଥାପିଛନ୍ତି। ତାଙ୍କୁ ଏବେ ଲୋକେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଭାବେ ଚିହ୍ନନ୍ତି।

ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ସେ ମଝିରେ ମଝିରେ ନିଜର ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଫଟୋ ଓ ଭିଡିଓ ସେୟାର କରି ଥାଆନ୍ତି। ନିକଟରେ ସେ ତାଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଆଚାର ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ସେ କିପରି ଆଚାର ପ୍ରସ୍ତୁତ କରୁଛନ୍ତି ତାହାର ପ୍ରଣାଳୀ ବି ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି।

ଇନଷ୍ଟାଗ୍ରାମ ଷ୍ଟାଟସ ମାଧ୍ୟମରେ ସ୍ମୃତି ଆମ୍ବ ଆଚାର ଏବଂ ପରେ ମିକ୍ସ ଆଚାର କିପରି ପ୍ରସ୍ତୁତ କରିଥିଲେ ତାହା ଦର୍ଶାଇଥିଲେ। ଆଚାରରେ ସେ ଆମ୍ବ, କୋବି ଏବଂ ଗାଜର ପରି ପନିପରିବା ବ୍ୟବହାର କରୁଥିବା କହିଛନ୍ତି।

ସେ ଏହି ଇନଷ୍ଟାଗ୍ରାମ ଷ୍ଟାଟସକୁ ଏକ ମଜାଦାର ଢଙ୍ଗରେ ଉପସ୍ଥାପନ କରିଛନ୍ତି। ଆଉ ଲେଖିଛନ୍ତି, ବଡ଼ ଲୋକମାନେ କହନ୍ତି, ଅପେକ୍ଷାର ଫଳ ମିଠା… ଖଟା ହୋଇଥାଏ। ତେବେ ଏହା ଆପଣଙ୍କ ଉପରେ ନିର୍ଭର କରୁଛି କି ଆପଣ କଟା ନା ମିଠା ଆଚାରକୁ ଚୟନ କରିବେ।

କେନ୍ଦ୍ରମନ୍ତ୍ରୀ ସ୍ମୃତିଙ୍କ ଏଭଳି ଆଚାର ତିଆରି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ‌ଲେଖିଛନ୍ତି,‘ ଆପଣ ଏତେ ବ୍ୟସ୍ତତା ଭିତରେ ବି ଆଚାର ତିଆରି କରିବା ପାଇଁ ସମୟ ବାହାର କରିଛନ୍ତି। ମାନିବାକୁ ପଡ଼ିବ ଆପଣଙ୍କୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe