ଦ୍ବାଦଶ ବ୍ରିକ୍ସ ସମ୍ମିଳନୀ: ଆତ୍ମନିର୍ଭର ଭାରତ ପୂରା ବିଶ୍ବ ପାଇଁ ସହାୟକ ହୋଇପାରିବ

Advertisment

ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ଦ୍ବାଦଶ ବ୍ରିକ୍ସ ସମ୍ମିଳନୀ: ଆତ୍ମନିର୍ଭର ଭାରତ ପୂରା ବିଶ୍ବ ପାଇଁ ସହାୟକ ହୋଇପାରିବ

Sahara Samay

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦ୍ବାଦଶ ବିକ୍ସ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆତଙ୍କବାଦ, କରୋନା ମହାମାରୀ ଏବଂ ଆତ୍ମନିର୍ଭର ଭାରତ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିଲେ। ଏକ ଆତ୍ମନିର୍ଭର ଭାରତ ସମଗ୍ର ବିଶ୍ବର କଲ୍ୟାଣ ଦିଗରେ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ରାଷ୍ଟ୍ର ବିରୋଧରେ ମିଳିତ ଲଢ଼େଇ ପାଇଁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ଦେଶ ବିରୋଧରେ ସଂଗଠିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।

ଆତ୍ମନିର୍ଭର ଭାରତ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଅଭିଯାନରେ ଦେଶରେ ବ୍ୟାପକ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅଭିଯାନ ବୈଶ୍ବିକସ୍ତରରେ ବେଶ୍‌ ସକରାତ୍ମକ ପଦକ୍ଷେପ ସାବ୍ୟସ୍ତ ହେବ। କୋଭିଡ ୧୯ ମହାମାରୀ ପରେ ଭାରତ ନିଜ ଉପରେ ଅଧିକ ନିର୍ଭର କରି ବିଶ୍ବ ଅର୍ଥବ୍ୟବସ୍ଥାରେ ବଡ଼ ଭୂମିକା ନିର୍ବାହ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତୀୟ ଫାର୍ମା ଉଦ୍ୟୋଗ ନିଜର କ୍ଷମତା ବଳରେ ୧୫୦ରୁ ଅଧିକ ଦେଶକୁ ଆବଶ୍ୟକ ଔଷଧ ଯୋଗାଣ କରିବାରେ ସକ୍ଷମ ହୋଇଛି। ଆମର କୋଭିଡ ଟିକା ଉତ୍ପଦାନ ଏବଂ ଡେଲିଭରି କ୍ଷମତା ମଧ୍ୟ ସମଗ୍ର ବିଶ୍ବ ପାଇଁ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜିର ସମ୍ମିଳନୀରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଥିଲେ ଯେ ଭାରତ ଏବଂ ଚୀନ୍‌ ରୁଷ୍‌ର କୋଭିଡ୍‌ ଟିକା ସ୍ପୁଟ୍‌ନିକ-ଭି’ର ଉତ୍ପାଦନ ଆରମ୍ଭ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe