ବିଦ୍ୟାଳୟରେ ଯୌନଶିକ୍ଷା ପାଇଁ ୨୦ ଏନ୍‌ୟୁଜେଏସ୍ ଛାତ୍ର ମନୋନୀତ

ବିଦ୍ୟାଳୟରେ ଯୌନଶିକ୍ଷା ପାଇଁ ୨୦ ଏନ୍‌ୟୁଜେଏସ୍ ଛାତ୍ର ମନୋନୀତ

The Statesman

କୋଲକାତା : ଜାତିସଂଘ ତରଫରୁ ଏହାର ଆମ୍ବାସଡ଼ର ହେବା ଏବଂ ବିଦ୍ୟାଳୟଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଯୌନଶିକ୍ଷା ଦେବା ଲାଗି କୋଲକାତାସ୍ଥିତ ନ୍ୟାସନାଲ ୟୁନିଭର୍ସିଟି ଅଫ୍ ଜୁରିଡିକାଲ ସାଇନ୍ସେସ୍ (ଏନ୍‌ୟୁଜେଏସ୍)ର ୨୦ ଜଣ ଅଣ୍ଡରଗ୍ରାଜୁଏଟ୍ ଛାତ୍ରଙ୍କୁ ବଛାଯାଇଛି। କିଶୋର-କିଶୋରୀମାନେ ଯେପରି କାହାଦ୍ବାରା ଯୌନ ଉତ୍ପୀଡ଼ନର ଶିକାର ନ ହୁଅନ୍ତି ସେ ବାବଦରେ ସେମାନଙ୍କୁ ସଚେତନ କରାଇବା ସେମାନଙ୍କର କାର୍ଯ୍ୟ ହେବ।

ଜାତିସଂଘ ଦ୍ବାରା ସାରା ବିଶ୍ବରୁ ବଛା ଯାଇଥିବା ୨୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ୨୦ ଜଣ ରହିଛନ୍ତି। ଏମାନଙ୍କୁ ଜାତିସଂଘ ଏକାଡେମିକ୍ ଇମ୍ପାକ୍ଟ ତରଫରୁ ମିଲେନିୟମ୍ ଫେଲୋସିପ ପ୍ରଦାନ କରାଯାଇଛି। ବଛାଯାଇଥିବା ଏନ୍‌ୟୁଜେଏସ୍ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ଦ୍ବାରା ଅନ୍‌ଲାଇନ୍ ତାଲିମ ପ୍ରଦାନ କରାଯିବ। ତାଲିମ ପାଇଲା ପରେ ଏହି ଛାତ୍ରଛାତ୍ରୀମାନେ କିଛି କିଛି ସ୍କୁଲ ବାଛି ସେହିସବୁ ସ୍କୁଲର ୯ମ ଓ ୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କୈଶୋରରେ ଶରୀରରେ ଦେଖାଯାଉଥିବା ହର୍ମୋନ ଓ ଆବେଗ ସମ୍ବନ୍ଧୀୟ ପରିବର୍ତ୍ତନ ଆଦି ବିଷୟରେ ଶିକ୍ଷା ପ୍ରଦାନ କରିବେ। ସେମାନେ ଯେପରି ସ୍ବାସ୍ଥ୍ୟକର ଜୀବନଯାପନ କରନ୍ତି ଏବଂ କାହାଦ୍ବାରା ଯୌନ ଉତ୍ପୀଡ଼ନର ଶିକାର ନ ‌ହୁଅନ୍ତି ସେ ବିଷୟରେ ସେମାନଙ୍କୁ ସଚେତନ କରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe