ରୁଷ୍‌ କ୍ଷେପଣାସ୍ତ୍ର ମାଡ଼ରେ, ୨୧ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ

Advertisment
ରୁଷ୍‌ କ୍ଷେପଣାସ୍ତ୍ର ମାଡ଼ରେ, ୨୧ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ

NDTV.com

କିବ୍‌: ୟୁକ୍ରେନର ଦକ୍ଷିଣ ସହର ବିନିସ୍ତିଆରେ ରୁଷର ମିସାଇଲ ମାଡ଼ ଯୋଗୁଁ ଅତି କମ୍‌ରେ ୨୧ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୨ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ଅଛନ୍ତି। ସେହିପରି ୪ ଶିଶୁଙ୍କ ସମେତ ମୋଟ୍‌ ୫୨ ଜଣ ଏବେ ହସ୍ପିଟାଲରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଅଛି। କୃଷ୍ଣ ସାଗରରେ ରୁଷ ଦ୍ବାରା ମୁତୟନ ହୋଇଥିବା ଏକ ବୁଡ଼ାଜାହାଜରୁ କ୍ରୁଜ୍‌ ମିସାଇଲ ମାଡ଼ ହୋଇଥିଲା। ଏଥିଯୋଗୁଁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବିନିସ୍ତିଆ ପ୍ରଶାସନ ସ୍ପଷ୍ଟ କରିଛି । ଇତି ମଧ୍ୟରେ ରୁଷ ବାୟୁସେନା ୟୁକ୍ରେନର ସ୍ନେକ୍‌ ଆଇଲାଣ୍ଡ୍‌ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ଆଇଲାଣ୍ଡ୍‌ ନିକଟସ୍ଥ ସମୁଦ୍ରରେ ବୋମା ବର୍ଷୁଛି। ରୁଷ ସ୍ନେକ୍‌ ଆଇଲାଣ୍ଡ୍‌କୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଅଭିଯାନ ଜାରି ରଖିଛି।

ଆଜି ମାଇକୋଲେବରେ ମଧ୍ୟ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏସ୍‌-୩୦୦ ମିସାଇଲ ସିଷ୍ଟମ୍‌ ଦ୍ବାରା ସହରରେ ୧୦ରୁ ଅଧିକ ମିସାଇଲ ମାଡ଼ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପୂର୍ବ ୟୁକ୍ରେନରେ ରୁଷର ବୋମାବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ୟୁକ୍ରେନରେ ରୁଷ ୟୁକ୍ରେନର ୨ଟି ଯୁଦ୍ଧ ବିମାନ ଖସାଇ ଦେଇଛି ଏବଂ ଆମେରିକା ନିର୍ମିତ ଏମ୭୭୭ ହୋଇଜର ତୋପକୁ ମଧ୍ୟ ରୁଷ ଧ୍ବଂସ କରିଦେଇଛି ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଦକ୍ଷିଣ ଜାପୋରିଝିଆରେ ରୁଷ ୟୁକ୍ରେନର ଏକ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରି ୟୁକ୍ରେନର ଯୁଦ୍ଧଯାନ ଗୁଡ଼ିକୁ ଧ୍ବଂସ କରିଦେଇଥିବା ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe