କୋଭାକ୍ସିନ୍‌ ପରୀକ୍ଷଣର ୨୦ ପ୍ରତିଶତ ସ୍ବେଚ୍ଛାସେବୀଙ୍କଠାରେ ଆଗରୁ ଆଣ୍ଟିବଡି ରହିଛି

Advertisment
କୋଭିଡ୍‌ ଟିକା ନେଇ ଭାରତର ନିଷ୍ପତ୍ତି ପ୍ରଶଂସନୀୟ: ହୁ

bharat Biotech

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ୍‌ ନାମକ ଦେଶର ପ୍ରଥମ କୋଭିଡ୍‌ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଜାରି ରହିଛି। ସମ୍ପ୍ରତି ଦିଲ୍ଲୀର ଏମ୍‌ସ ସମେତ ଦେଶର ୧୨ଟି ପ୍ରମୁଖ ଚିକିତ୍ସାକେନ୍ଦ୍ରରେ ଏହା ଚାଲୁ ରହିଛି। ଦିଲ୍ଲୀ ଏମ୍‌ସରେ ୧୦୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ କୋଭାକ୍ସିନ୍‌ ପ୍ରୟୋଗ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬ ଜଣ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଥିପାଇଁ ପଞ୍ଜୀକରଣ କରିଥିବା ୮୦ ଜଣ ସ୍ବେଚ୍ଛାସେବୀଙ୍କର ରକ୍ତ ପରୀକ୍ଷା ପରେ ମାତ୍ର ୧୬ ଜଣଙ୍କୁ ବଛାଯାଇଛି।

ଅପରପକ୍ଷେ, ଏତେ ସଂଖ୍ୟକ ଅଯୋଗ୍ୟ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ ଆଗରୁ ଆଣ୍ଟିବଡି ବିକଶିତ ହୋଇଥିବା ଚିକିତ୍ସା ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ପଞ୍ଜୀକୃତ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କ ଠାରେ ରୋଗପ୍ରତିରୋଧ ସୃଷ୍ଟିକାରୀ ଆଣ୍ଟିବଡ଼ି ଆଗରୁ ରହିଥିବା ଜଣାପଡ଼ିଛି। ସାଧାରଣତଃ ଜଣକ ଠାରେ କୌଣସି ଟିକା ପ୍ରଯୋଗ କରାଗଲେ, ତାହା ଶରୀରରେ ସଂପୃକ୍ତ ଭୂତାଣୁ ବିରୋଧରେ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକପ୍ରକାର ଆଣ୍ଟିବଡି ବିକଶିତ କରାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe