ଚୀନ୍‌ ସାଗରରେ ବନ୍ଦୀ ୨୩ ଭାରତୀୟ ନାବିକ ସ୍ବଦେଶ ଫେରିବେ, କୋଭିଡ୍‌ କଟକଣା ଆଳରେ ସମୁଦ୍ର ଭିତରେ ଅଟକ ଥିଲେ

Advertisment
ଚୀନ୍‌ ସାଗରରେ ବନ୍ଦୀ ୨୩ ଭାରତୀୟ ନାବିକ ସ୍ବଦେଶ ଫେରିବେ, କୋଭିଡ୍‌ କଟକଣା ଆଳରେ ସମୁଦ୍ର ଭିତରେ ଅଟକ ଥିଲେ

Indeed News

ନୂଆଦିଲ୍ଲୀ: ଚୀନ୍‌ ସାଗରରେ ଜାହାଜ ସହ ଅଟକ ଥିବା ୨୩ ଜଣ ଭାରତୀୟ ନାବିକ ଆସନ୍ତା ୧୪ ତାରିଖରେ ଭାରତ ଛୁଇଁବେ ବୋଲି ବନ୍ଦର ଓ ପୋତ ପରିବହନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶନିବାର ସୂଚନା ଦେଇଛନ୍ତି। ସୂଚନା ଥାଉ କି, ଏମ୍‌ଭି ଜଗଆନନ୍ଦ ଓ ଏମ୍‌ଭି ଆନାସ୍ଥେସିଆ ନାମକ ଦୁଇଟି ଭାରତୀୟ ପୋତରେ ଦେଶକୁ ଫେରୁଥିବା ମୋଟ ୩୯ ଜଣ ନାବିକ ଚୀନ୍‌ ସାଗରରେ ଅଟକି ରହିଛନ୍ତି। ଚୀନ୍‌ କର୍ତ୍ତୃପକ୍ଷ କୋଭିଡ୍‌ କଟକଣା ଦର୍ଶାଇ ମାସ ମାସ ଧରି ନା ସେମାନଙ୍କୁ କୂଳ ଛୁଇଁବାକୁ ସୁଯୋଗ ଦେଉଛନ୍ତି ନା ସେମାନଙ୍କ ପୋତରେ ନାବିକ ପରିବର୍ତ୍ତନ କରାଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଏମ୍‌ଭି ଜଗଆନନ୍ଦରେ ଥିବା ୨୩ ଜଣ ଯାକ ନାବିକ ସେମାନଙ୍କ ପୋତ ସହ ୧୪ ତାରିଖରେ ଭାରତ ଫେରି ଆସିବା ଲାଗି ବ୍ୟବସ୍ଥା ହୋଇଛି। ସେମାନଙ୍କ ଜାହାଜଟି ଚୀନ୍‌ ସାଗରରେ ଅଟକ ଥିବା ସ୍ଥାନରୁ ଜାପାନର ଚିବା ଅଭିମୁଖେ ଯାତ୍ରା କରି ସେଠାରେ ନାବିକ ବଦଳାଇବାର ବ୍ୟବସ୍ଥା ହୋଇଥିବାରୁ ସେମାନେ ଭାରତ ଫେରୁଥିବା ଜଣାଯାଇଛି। ଗତ ଡିସେମ୍ବର ମାସରେ ଚୀନ୍‌ରେ ଏପରି ଜଳବନ୍ଦୀ ହୋଇ ରହିଥିବା ନାବିକମାନଙ୍କ ସମ୍ପର୍କରେ ଭିଡିଓ ଭାଇରାଲ ହୋଇଥିଲା। ଭାରତ ସରକାର ସେମାନଙ୍କୁ ତୁରନ୍ତ ସେଭଳି ପରିସ୍ଥିତିରୁ ମୁକ୍ତ କରିବା ଲାଗି ନିବେଦନ କରିଥିଲେ। ଏବେ ଚୀନ୍‌ ସେମାନଙ୍କୁ ଛାଡ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe