ବାଲକୋନୀରୁ ଖସିପଡି ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ

Advertisment
ବାଲକୋନୀରୁ ଖସିପଡି ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ

photo-citynews toronto-representational

ଗାଜିଆବାଦ: ବାଲକୋନୀରୁ ଖସିପଡି ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି | ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଗାଜିଆବାଦ ସିଦ୍ଧାର୍ଥ ବିହାରର ପ୍ରତୀକ ଗ୍ରାଣ୍ଡ ସୋସାଇଟିର ୨୫ତମ ମହଲାରୁ ଖସି ପଡ଼ିବା ପରେ ୧୪ବର୍ଷର ଯାଆଁଳା ଭାଇଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ସୂଚନା ମୁତାବକ ଗାଜିଆବାଦର ସିଦ୍ଧାର୍ଥ ବିହାରର ପ୍ରତୀକ ଗ୍ରାଣ୍ଡ ସୋସାଇଟିରେ ରୁହନ୍ତି ପାଲାନି ମୁଦାଲିଆ | ସେ ନିଜର ଦୁଇ ଯାଆଁଳା ପୁଅ ସତ୍ୟ ନାରାୟଣ ଏବଂ ସୂର୍ଯ୍ୟ ନାରାୟଣ, ଝିଅ ଗାୟତ୍ରୀ ଏବଂ ପତ୍ନୀ ରାଧା ମୁଦାଲିଆଙ୍କ ସହ ରୁହନ୍ତି | କମ୍ପାନୀ କାର୍ଯ୍ୟରେ ୧୨ ଦିନ ପାଇଁ ପାଲାନି ମୁଦାଲିଆ ମୁମ୍ବାଇ ଯାଇଥିଲେ | ଶନିବାର ରାତିରେ ଘରେ ପତ୍ନୀ ଏବଂ ପିଲାମାନେ ଥିଲେ। ଗୋଟିଏ କୋଠରୀରେ ମା ଏବଂ ଝିଅ ଟିଭି ଦେଖୁଥିଲେ |

ଅନ୍ୟ କୋଠରୀରେ ଯାଆଁଳା ଭାଇମାନେ ମୋବାଇଲରେ ଖେଳୁଥିଲେ। ରାତି ପ୍ରାୟ ସାଢେ ୧ଟାବେଳେ ରାଧା ମୁଦାଲିଆ ଯେତେବେଳେ ପିଲାମାନଙ୍କ କୋଠରୀକୁ ଦେଖିବାକୁ ଯାଇଥିଲେ, ସେତେବେଳେ ସେମାନେ ସେଠାରେ ନଥିଲେ। ଯେତେବେଳେ ରାଧା ବାଲକୋନିରୁ ତଳକୁ ଦେଖିଥିଲେ, ଦୁହେଁ ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା | ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା | ​​ଉଭୟ ଯାଆଁଳା ଭାଇ ୨୫ ମହଲାରୁ ଡେଇଁପଡିଥିଲେ ବା କିଛି ଦୁର୍ଘଟଣାର ଶିକାର ହୋଇଥିଲେ, ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe