photo-all thats interesting
କାଲିଫର୍ଣ୍ଣିଆ: ଦୁନିଆର ସବୁଠାରୁ ବୟସ୍କ ଦୁଇଟି ଶରୀର ଯୋଡି ହୋଇରହିଥିବା ଦୁଇ ଯାଆଁଳା ଭାଇ ୬୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଅକ୍ଟୋବର ୨୮, ୧୯୫୧ ରେ ରୋନି ଏବଂ ଡୋନି ଗେଲାୟାନ୍ ଜନ୍ମଗ୍ରହଣ କରିଥିଲେ | ଓହିଓ (ଯୁକ୍ତରାଷ୍ଟ୍ର ଆମେରିକାର) ର ଏକ ଡାକ୍ତରଖାନାରେ ଉଭୟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
photo-daily mail୨୦୧୪ ମସିହାରେ, ୬୩ ବର୍ଷ ବୟସରେ, ଉଭୟ ଦୀର୍ଘ ସମୟ ଧରି ସଂଯୁକ୍ତ ହୋଇ ବଞ୍ଚିରହିଥିବାର ରେକର୍ଡ ପାଇଥିଲେ | ଏହାପୂର୍ବରୁ, ଏହି ରେକର୍ଡ ଆମେରିକାର ମୂଳ ଚେଙ୍ଗ୍ ଏବଂ ଆଙ୍ଗ୍ ବଙ୍କର୍ଙ୍କ ନାମରେ ନାମିତ ହୋଇଥିଲା |
ପିଲାଦିନରୁ ଉଭୟଙ୍କ ଶରୀର ପେଟର ଅଂଶରେ ଲାଗିଥିଲା। ରୋନି ଏବଂ ଡୋନିଙ୍କ ଅନ୍ୟ ଜଣେ ଭାଇ ଜିମ ଗେଲାୟାନ୍ କହିଛନ୍ତି ଯେ ଉଭୟଙ୍କ ପେଟ ଲାଗି ରହିବା କାରଣରୁ ଉଭୟଙ୍କ ଶରୀରରେ ସମାନ ହଜମ ପ୍ରକ୍ରିୟା ଏବଂ ମଳାଶୟ ରହିଥିଲା। ତେବେ ଦୁଇ ଭାଇଙ୍କର ହୃତପିଣ୍ଡ ଅଲଗା ଅଲଗା ଥିଲା | ଉଭୟଙ୍କ ହାତ ଏବଂ ପାଦ ମଧ୍ୟ ସାଧାରଣ ମଣିଷ ପରି ଥିଲା।
Follow Us