ଭାରତର ଲେହ ଏବଂ ଲଦାଖକୁ ଚୀନର ଅଞ୍ଚଳ ବୋଲି ଦର୍ଶାଇ ଭାରତୀୟଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କଲା ଟ୍ୱିଟର

Advertisment
ଭାରତର ଲେହ ଏବଂ ଲଦାଖକୁ ଚୀନର ଅଞ୍ଚଳ ବୋଲି ଦର୍ଶାଇ ଭାରତୀୟଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କଲା ଟ୍ୱିଟର

indiatoday

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଲେହ ଏବଂ ଲଦାଖକୁ ଚୀନ୍‌ର ଅଂଶ ଭାବରେ ଦର୍ଶାଇଥିବାରୁ ଭାରତ ସରକାରଙ୍କୁ ଏକ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା କରିଛି। ସୂଚନାନୁସାରେ, ଟ୍ୱିଟର ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଉପରେ ମିଳିତ ସଂସଦୀୟ କମିଟିକୁ କହିଛି ଯେ ନଭେମ୍ବର ୩୦ସୁଦ୍ଧା ନିଜର ତ୍ରୁଟି ସଂଶୋଧନ କରିବ। ସଂସଦୀୟ ପ୍ୟାନେଲର ଅଧ୍ୟକ୍ଷ ମୀନାକ୍ଷୀ ଲେଖୀ କହିଛନ୍ତି ଯେ, ଭାରତର  ଲଦାଖ ଏବଂ ଲେହକୁ ଚୀନର ଅଂଚଳ ବୋଲି ଦର୍ଶାଇଥିବାରୁ ଟ୍ୱିଟର ଲିଖିତ ଆକାରରେ କ୍ଷମା ମାଗିଛି।

ଭାରତ ମାନଚିତ୍ରରେ ଭୁଲ ଜିଓ- ଟ୍ୟାଗିଙ୍ଗ ପାଇଁ ଟ୍ୱିଟର ଦେଇଥିବା ଆଫିଡେଭିଟରେ ଟ୍ୱିଟରର ମୁଖ୍ୟ ଗୋପନୀୟତା ଅଧିକାରୀ ଡାମିଏନ୍ କରିଏନଙ୍କ ହସ୍ତାକ୍ଷର ରହିଛି । ସେ କହିଛନ୍ତି ଯେ, ଭାରତୀୟଙ୍କ ଭାବନାକୁ ଆଘାତ ଦେଇଥିବାରୁ ଟ୍ୱିଟର କ୍ଷମା ମାଗୁଛି ଏବଂ ନଭେମ୍ବର ୩୦, ୨୦୨୦ ସୁଦ୍ଧା ତ୍ରୁଟି ସଂଶୋଧନ କରିବାକୁ କଥା ଦେଉଛି।

Twitter has apologised in writing for 'Ladakh in China' error: Lekhi -  Rediff.com India News Rediff.com

ସୂଚନା ମୁତାବକ, କିଛି ଦିନ ତଳେ ଏକ ଲାଇଭ ପ୍ରସାରଣ ବେଳେ ଟ୍ୱିଟରରେ ଜମ୍ମୁ-କଶ୍ମୀର ଓ ଲେହକୁ ଚୀନର ଅଂଚଳ ବୋଲି ଦର୍ଶାଇଥିଲା । ଏହାକୁ ନେଇ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ ପ୍ରସଙ୍ଗରେ ତୁରନ୍ତ ଏକ ଲିଖିତ କ୍ଷମାପ୍ରାର୍ଥନା କରିବା ସହ ଏକ ସତ୍ୟପାଠ ଦାଖଲ କରିବାକୁ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ଟ୍ୱିଟରକୁ ନିର୍ଦେଶ ଦେଇଥିଲା ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯ଼ୁକ୍ତି ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଟ୍ୱିଟର ମୁଖ୍ୟ ଜାକ୍ ଡୋରସେଙ୍କୁ ଏକ ପତ୍ର ଲେଖି ଜମ୍ମୁ କଶ୍ମୀର ଓ ଲଦାଖର ରାଜଧାନୀ ଲେହ ଭାରତର ଅଭିନ୍ନ ଅଂଗ ବୋଲି ଦର୍ଶାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe