ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ଆକାଉଣ୍ଟ୍‌ ବ୍ଲକ୍‌ କଲା ଟୁଇଟର୍‌

ଫେରିଲା ପୁରୁଣା ଟ୍ବିଟର ଲୋଗୋ

Image Courtesy of NDTV

ସାନ୍‌ଫ୍ରାନ୍‌ସିସ୍‌କୋ: ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ‘ଟୁଇଟର୍‌’ ଆକାଉଣ୍ଟ୍‌କୁ ବ୍ଲକ୍‌ କରିଦିଆଯାଇଥିବା କଥା ଆଜି ‘ଟୁଇଟର୍‌’ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।

ଅଦାଲତଙ୍କ ଆଦେଶ ବା ଆଇଗତ ଆବଶ୍ୟକତାକୁ ଚାହିଁ ପାକିସ୍ତାନ ସରକାରଙ୍କ ସମସ୍ତ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ ‘ଟୁଇଟର୍‌’ କମ୍ପାନିର ଗାଇଡ୍‌ଲାଇନ୍‌ ‘ଟୁଇଟର୍‌’କୁ ବାଧ୍ୟ କରିଛି।

କୌଣସି ବ୍ୟକ୍ତିବିଶେଷ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌ ‘ଆକ୍‌ସେସ୍‌’ କରିବାକୁ ଉଦ୍ୟମ କଲେ ସେଥିରେ ଦେଖାଯାଉଛି, ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ  @GovtofPakistan ର ଆକାଉଣ୍ଟ୍‌କୁ ବ୍ଲକ୍‌ କରାଯାଇଛି।

publive-image Image Courtesy of The Economic Times

ସୂଚନାଯୋଗ୍ୟ, ଏହାକୁ ମିଶାଇ ଗତ ୬ ମାସରେ ଭାରତରେ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌କୁ ୨ଥର ବ୍ଲକ୍‌ କରାଗଲାଣି। ପ୍ରଥମେ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌ ୨୦୨୨ ଅକ୍ଟୋବର୍‌ରେ ବ୍ଲକ୍‌ କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌ କିଛି ବ୍ଲକ୍‌ ହୋଇଥିଲା, କିନ୍ତୁ ତୁରନ୍ତ ସଚଳ କରିଦିଆଯାଇଥିଲା।

‘ରଏଟର୍ସ’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ଓ କାନଡା ଭଳି ଦେଶରେ କିନ୍ତୁ, ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ‘ଟୁଇଟର୍‌’ ଆକାଉଣ୍ଟ୍‌ ଦେଖି ହେବା ସହିତ ସେଥିରେ ଭାବବିନିମୟ ବି କରାଯାଇପାରୁଛି।

ଆକାଉଣ୍ଟ୍‌ ବ୍ଲକ୍‌ କରାଯିବା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ରଏଟର୍ସ’କୁ ତୁରନ୍ତ କୌଣସି ବିବୃତି ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe