ନୂଆଦିଲ୍ଲୀ: ଟୁଇଟର୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ଜରିଆରେ ପ୍ରସାରିତ ଅସତ୍ୟ ସମ୍ବାଦ ଓ ବିଦ୍ୱେଷାତ୍ମକ ବାର୍ତ୍ତା, ବିଦ୍ରୋହ ଓ ଉତ୍ତେଜନା ସୃଷ୍ଟିକାରୀ କଥାବସ୍ତୁ ରୋକିବାକୁ ବ୍ୟବସ୍ଥା ବା ଜ୍ଞାନକୌଶଳ ବାହାର କରିବା ପ୍ରସଙ୍ଗରେ ଆଜି ସୁପ୍ରିମ୍ କୋର୍ଟ ଭାରତ ସରକାର ଓ ଟୁଇଟ୍ର୍ଙ୍କୁ ନୋଟିସ୍ ଜାରି କରିଛନ୍ତି।
Image Courtesy of NDTVଏ ସଂକ୍ରାନ୍ତରେ ବିଜେପି ନେତା ବିନୀତ ଗୋଏଙ୍କା ଗତ ବର୍ଷ ମେ ମାସରେ ଏକ ଏକ ପିଟିସନ୍ ଦାଏର କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଅସତ୍ୟ ସମ୍ବାଦ ଜରିଆରେ ବିଦ୍ୱେଷ ବିସ୍ତାର କରୁଥିବା ଟୁଇଟର୍ ପୋଷ୍ଟ୍ ଏବଂ ବିଜ୍ଞାପନ ଆଦିକୁ ପ୍ରତିହତ କରିବା ନିମନ୍ତେ କିଛି ଜ୍ଞାନକୌଶଳ ଉଦ୍ଭାବନ କରାଯାଉ। ଏହାଛଡ଼ା, ଜାଲ୍ ଆକାଉଣ୍ଟ୍ ମାଧ୍ୟମରେ ପରିବେଶିତ ବିଭ୍ରାନ୍ତକାରୀ ବାର୍ତ୍ତା ସବୁକୁ ପ୍ରତିରୋଧ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଉ।
Image Courtesy of Hindustan Timesପିଟିସନ୍ରେ ଉଲ୍ଲେଖ କରାଯାଇଥିଲା ଯେ, ଖ୍ୟାତନାମା ଏବଂ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ନାମରେ ଟୁଇଟର୍ ହ୍ୟାଣ୍ଡଲ୍ ଏବଂ ଫେସ୍ବୁକ୍ରେ ଶହ ଶହ ଜାଲ୍ ଆକାଉଣ୍ଟ୍ ରହିଛି। ଏ ସଂକ୍ରାନ୍ତରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଶେଷକରି ନିର୍ବାଚନ ସମୟରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିବା ଲାଗି ରାଜନୈତିକ ଦଳ ସବୁ ଏହି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ଗୁଡ଼ିକୁ ବ୍ୟବହାର କରୁଛନ୍ତି ବୋଲି ବିଜେପି ନେତା ବିନୀତ କହିଛନ୍ତି।
Follow Us