ଲାଲୁଙ୍କ ନମ୍ବର ସାର୍ବଜନୀନ କରିବାରୁ ସୁଶୀଲ ମୋଦୀଙ୍କ ଟ୍ୱିଟ ହଟାଇଦେଲା ଟ୍ୱିଟର

Advertisment
'ସିଲାଇଥିବା ପ୍ୟାଣ୍ଟ ସାଇତି ରଖନ୍ତୁ, ତେଜସ୍ବୀଙ୍କ ଶପଥ ଗ୍ରହଣରେ ପିନ୍ଧିବେ'

ପାଟନା: ଲାଲୁଙ୍କ ନମ୍ବର ସାର୍ବଜନୀନ କରିବାରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀଙ୍କ ଟ୍ୱିଟ ହଟାଇଦେଲା ଟ୍ୱିଟର | ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, ଲାଲୁ ପ୍ରସାଦ ଯାଦବଙ୍କ ଉପରେ ବିଜେପି ବିଧାୟକଙ୍କୁ ଲୋଭ ଦେଖାଇଥିବାର ଅଭିଯୋଗ କରିଥିଲେ । ଏହା ପରେ ସୁଶୀଲ ମୋଦୀ ଲାଲୁ ପ୍ରସାଦ ଯାଦବଙ୍କ ମୋବାଇଲ ନମ୍ବର ଟ୍ୱିଟରରେ ସେୟାର କରିଥିଲେ, ଯାହାକୁ ଟ୍ୱିଟର ଦ୍ୱାରା ହଟାଇ ଦିଆଯାଇଛି। ଟ୍ୱିଟର ଅନୁଯାୟୀ, ଏହି ଟ୍ୱିଟରେ ଥିବା ମୋବାଇଲ ନମ୍ବର ଟ୍ୱିଟରର ନିୟମକୁ ଉଲ୍ଲଂଘନ କରିଛି, ତେଣୁ ଏହାକୁ ହଟାଇ ଦିଆଯାଇଛି।

publive-image photo-amarujala

ସୂଚନା ମୁତାବକ ସୁଶୀଲ ମୋଦୀ ଅଭିଯୋଗ କରିଥିଲେ ଯେ, 'ଆରଜେଡି ମୁଖ୍ୟ ଏହି ମୋବାଇଲ ନମ୍ବରରେ ଜେଲ ମଧ୍ୟରେ ରହି ମଧ୍ୟ ଏନଡିଏ ବିଧାୟକଙ୍କୁ ଫୋନ କରୁଛନ୍ତି | ଫୋନ କରି ସେମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି' | ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ପୂର୍ବରୁ ବୁଧବାର ସୁଶୀଲ କୁମାର ମୋଦୀ ଏହି ଅଭିଯୋଗ କରିଥିଲେ ଯେ ଏହି ନମ୍ବରକୁ ଫୋନ କଲେ ଲାଲୁ ଫୋନ ଉଠାଉଛନ୍ତି | ସୁଶୀଲ କୁମାର ମୋଦୀ ଏକ ଟ୍ୱିଟରେ ଅଡିଓ(ଫୋନ ବାର୍ତ୍ତାଳାପ)କୁ ମଧ୍ୟ ପ୍ରକାଶ କରିଥିଲେ।


ଟ୍ୱିଟରରେ ସୁଶୀଲ ମୋଦୀ ଦାବି କରିଥିଲେ ଯେ ଲାଲୁ ପ୍ରସାଦ ଯାଦବ ବିଧାୟକଙ୍କୁ ବାଚସ୍ପତି ନିର୍ବାଚନରୁ ଓହରିଯିବାକୁ ପରାମର୍ଶ ଦେଇଛନ୍ତି ଏବଂ ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏଥି ସହ ବିଜେପି ବିଧାୟକ ଲଲନ ପାସୱାନ ଦାବି କରିଥିଲେ ଯେ ତାଙ୍କୁ ମଧ୍ୟ ଲାଲୁ ଯାଦବଙ୍କଠାରୁ କଲ ଆସିଛି। ତେବେ ଆରଜେଡି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe