ନୂଆଦିଲ୍ଲୀ : ସୋସିଆଲ ମିଡିଆ ଟ୍ବିଟର ଦେଶର ନିୟମକୁ ପାଳନ କରୁନାହିଁ। କର୍ଣ୍ଣାଟକ ହାଇକୋର୍ଟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଦାଖଲ କରିଥିବା ୧୦୧ ପୃଷ୍ଠାର ଉତ୍ତରରେ ଏହା ଜଣାଇଛନ୍ତି। ଏହି ମାମଲାର ଶୁଣାଣି ୮ ତାରିଖରେ ହେବ। କେତେକ ନିର୍ଦିଷ୍ଟ ପୋଷ୍ଟ୍ ହଟାଇବା ଲାଗି ସରକାର ଯେଉଁ ଦାବି କରୁଛନ୍ତି ତାହାକୁ ବାକ୍ ସ୍ବାଧୀନତାର ଉଲ୍ଲଂଘନ ଭାବେ ଟ୍ବିଟର ବିଚାର କରୁଛି। ଏନେଇ ସରକାରଙ୍କ ନିର୍ଦେଶକୁ କଂପାନି କୋର୍ଟରେ ଚ୍ୟାଲେଞ୍ଜ୍ କରିଛି। କିନ୍ତୁ ସରକାର କହୁଛନ୍ତି ଯେ ଯେହେତୁ ଟ୍ବିଟର୍ ମଝିରେ ରହି କାମ କରୁଛି ଯେଉଁ ନିର୍ଦିଷ୍ଟ ପୋଷ୍ଟ୍ କେଉଁଠାରୁ ସୃଷ୍ଟି ହୋଇଛି ତାହା ବ୍ୟବହାରକାରୀମାନଙ୍କୁ ଅବଗତ କରିବା ଏହାର ଦାୟିତ୍ବ। ଦେଶର ନିରାପତ୍ତାରେ ଟ୍ବିଟରର କୌଣସି ଭୂମିକା ନାହିଁ। ଯେତେବେଳେ ଲୋକଙ୍କୁ ନେଇ କୌଣସି ସମସ୍ୟା ଦେଖାଦେଉଛି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ବ ସରକାରଙ୍କର। କେଉଁ ପୋଷ୍ଟ୍ ଜାତୀୟ ନିରାପତ୍ତା ପ୍ରତି ବିପଦ ନା ନାହିଁ ତାହା ନିର୍ଧାରଣ କରିବା ଦାୟିତ୍ବ ଟ୍ବିଟରର ନୁହେଁ ବୋଲି ସରକାର କହିଛନ୍ତି।
ନିୟମ ମାନୁନି ଟ୍ବିଟର: କେନ୍ଦ୍ର
Advertisment
Follow Us