ମସ୍କଙ୍କୁ କୋର୍ଟକୁ ଟାଣିଲା ଟ୍ବିଟର; ଅଧିଗ୍ରହଣରୁ ନ ଓହରିବାକୁ ଚାପ

Advertisment
ମସ୍କଙ୍କୁ କୋର୍ଟକୁ ଟାଣିଲା ଟ୍ବିଟର; ଅଧିଗ୍ରହଣରୁ ନ ଓହରିବାକୁ ଚାପ

ନୂଆଦିଲ୍ଲୀ : ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ପ୍ରସ୍ତାବିତ ଅଧିଗ୍ରହଣରୁ ଓହରିଯିବା ପରେ ସୋସିଆଲ ମିଡିଆ କଂପାନି ଟ୍ବିଟର୍‌ ପକ୍ଷରୁ ତାଙ୍କ ବିରୋଧରେ ଅଦାଲତରେ ମାମଲା ରୁଜୁ କରାଯାଇଛି। ଟ୍ବିଟର୍‌କୁ ୪୪୦୦ କୋଟି ଡଲାରରେ କିଣିବାକୁ ମସ୍କ ଚୁକ୍ତି କରିଥିଲେ। ମାତ୍ର ନକଲି ଆକାଉଣ୍ଟ ସଂଖ୍ୟା କେତେ ତାହା ଜାଣିବା ଲାଗି ମସ୍କ ଜିଦ୍‌ ଧରିବା ପରେ ଏହି ବୁଝାମଣାର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଥିଲା। ନକଲି ଆକାଉଣ୍ଟ୍‌ ତଥ୍ୟ ନପାଇଲେ ଡିଲ୍ ଆଗକୁ ବଢ଼ିବନି ବୋଲି ମସ୍କ ଚେତାବନୀ ଦେଇଥିଲେ। ଶେଷରେ ସେ ଏହି ଅଧିଗ୍ରହଣରୁ ଓହରିଯାଇଥିଲେ। କିନ୍ତୁ ଟ୍ବିଟର ତାଙ୍କୁ ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ଅଧିଗ୍ରହଣ ବୁଝାମଣା ଶେଷ କରିବା ଲାଗି ମସ୍କଙ୍କୁ ନିର୍ଦେଶ ଦେବାକୁ ଟ୍ବିଟର୍‌ର ପକ୍ଷରୁ ଆମେରିକାର ଡେଲାୱାର କୋର୍ଟରେ ଆବେଦନ କରାଯାଇଛି।

ଟ୍ବିଟର୍‌ର ପ୍ରତି ସେୟାର ପିଛା ୫୪.୨୦ ଡଲାର ଦେବାକୁ ମସ୍କ ରାଜି ଥିଲେ। ‌କିନ୍ତୁ ଏହି ଡିଲ୍‌ ଘୋଷଣା ହେବା ପରେ ମସ୍କ ଏଭଳି କିଛି ଟୁଇଟ୍ କରିଥିଲେ ଯାହାର ପ୍ରଭାବରେ ଟ୍ବିଟର୍‌ ସେୟାର ମୂଲ୍ୟ ହ୍ରାସ ପାଇଥିଲା। ସେ କମ୍ ଦାମ୍‌ରେ ଡିଲ୍‌କୁ ଆଗକୁ ବଢ଼ାଇବାକୁ ଉଦ୍ୟମ କରିଥିଲେ। ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବା ଲାଗି କଂପାନି କୋର୍ଟର ଦ୍ବାରସ୍ଥ ହେବା କିଛି ନୂଆ କଥା ନୁହେଁ। ୨୦୦୧ରେ ଆଇବିପିକୁ ଅଧିଗ୍ରହଣ କରିବା ଲାଗି ଟାଇସନ୍ ଫୁଡ୍‌ସକୁ କୋର୍ଟ ନିର୍ଦେଶ ଦେଇଥିଲେ। ସେହିପରି ଡେକୋପ୍ୟାକ୍ ହୋଲ୍‌ଡିଂ ଅଧିଗ୍ରହଣ ଶେଷ କରିବାକୁ କୋହଲ୍‌ବର୍ଗ ଗତବର୍ଷ କୋର୍ଟ ନିର୍ଦେଶ ଦେଇଥଇଲେ।

ଆଇନ ବିଶାରଦମାନଙ୍କ ମତରେ ଟ୍ବିଟର୍‌କୁ କିଣିବା ଲାଗି ଯଦି କୋର୍ଟ ମସ୍କଙ୍କୁ ନିର୍ଦେଶ ଦେବେ ଓ ସେ ସେହି ନିର୍ଦେଶକୁ ପାଳନ ନକରିବେ ତେବେ ଭିନ୍ନ ଉପାୟରେ ତାଙ୍କ ଉପରେ କୋର୍ଟ ଚାପ ପକାଇପାରିବେ। ଡେଲାୱାରରେ ମସ୍କଙ୍କ ଥିବା କଂପାନି ଟେସ୍‌ଲା ଓ ଅନ୍ୟାନ୍ୟ କଂପାନିର ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦେଶ ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe