Image Courtesy of India Today
ନୂଆଦିଲ୍ଲୀ: ଗତ ମଧ୍ୟରାତ୍ରୀ ବେଳକୁ ହ୍ୟାକ୍ ହୋଇଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ର ଟୁଇଟର୍ ଆକାଉଣ୍ଟ୍ ପ୍ରାୟ ୪ ଘଣ୍ଟା ପରେ ଆଂଶିକ ସ୍ବାଭାବିକ ହୋଇଥିଲା। ଏହା ପରେ ହ୍ୟାକର୍ମାନେ ପୋଷ୍ଟ୍ କରିଥିବା ଟୁଇଟ୍ଗୁଡ଼ିକୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ହ୍ୟାକର୍ମାନେ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍କୁ ନିୟନ୍ତ୍ରଣ କରିବା ପରେ ସେଥିରେ ଶତାଧିକ ଟୁଇଟ୍ ପୋଷ୍ଟ୍ କରାଯାଇଥିଲା। ହ୍ୟାକର୍ମାନେ ଟୁଇଟର୍ ହ୍ୟାଣ୍ଡଲ୍ରୁ ମୁଖ୍ୟମନ୍ତ୍ରୀଙ୍କ ‘ଡିସ୍ପ୍ଲେ ପିକ୍ଚର୍’ ମଧ୍ୟ ହଟାଇ ଦେଇଥିଲେ। କିନ୍ତୁ, ଉକ୍ତ ଆକାଉଣ୍ଟ୍କୁ ପୁନଶ୍ଚ ସ୍ବାଭାବିକ କରାଯିବା ପରେ ହ୍ୟାଣ୍ଡଲ୍ରେ ମୁଖ୍ୟମନ୍ତ୍ରୀଙ୍କ ‘ଡିସ୍ପ୍ଲେ ପିକ୍ଚର୍’ ଦେଖା ଯାଇଥିଲା।
Image Courtesy of India Todayହ୍ୟାକର୍ମାନେ ଉକ୍ତ ଆକାଉଣ୍ଟ୍ର ସହ-ସଂସ୍ଥାପକଙ୍କ ସ୍ଥାନରେ ‘‘@ବୋର୍ଡ୍ଏପ୍ୱାଇସି’’ ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଟୁଇଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଛି ବୋଲି ଜାଣିବା ପରେ ହ୍ୟାକିଙ୍ଗ୍ର ସ୍କ୍ରିନ୍ ସଟ୍ ସହ ବ୍ୟବହାରକାରୀମାନେ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତର ପ୍ରଦେଶ ପୁଲିସଙ୍କ ନିକଟରେ ଏ ପ୍ରସଙ୍ଗରେ ଅଭିଯୋଗ କରିଥିଲେ। ହ୍ୟାକର୍ମାନେ ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ୍ରୁ ଟିଉଟରିଆଲ୍ଭିତ୍ତିକ ପୋଷ୍ଟ୍ ପବ୍ଲିସ୍ କରିବା ପରେ ତାହା ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା। ସେ ପୋଷ୍ଟ୍ରେ ଲେଖାଥିଲା, ‘‘ହାଓ ଟୁ ଟର୍ଣ୍ଣ ୟୋର୍ ବିଏୱାଇସି/ଏମ୍ଏୱାସି ଆନିମେଟେଡ୍ ଅନ୍ ଟୁଇଟର୍।’’
କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ୍ ଆଂଶିକଭାବେ ସ୍ବାଭାବିକ କରାଯାଇଥିଲା ଏବଂ ହ୍ୟାକର୍ମାନେ ବହୁ ଲୋକଙ୍କୁ ଟ୍ୟାଗ୍ କରି ପୋଷ୍ଟ୍ କରିଥିବା ଟୁଇଟ୍ଗୁଡ଼ିକୁ ଡିଲିଟ୍ କରାଯାଇଥିଲା। କିନ୍ତୁ, ଉକ୍ତ ପୋଷ୍ଟ୍ଗୁଡ଼ିକର ‘ସ୍କ୍ରିନ୍ସଟ୍’ ସବୁ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।
Follow Us