ଟ୍ଵିଟର ‘ହ୍ୟାସଟ୍ୟାଗ’କୁ ରାଜନୈତିକ ବିଜ୍ଞାପନ ଭାବରେ ବିବେଚନା କରାଯିବା ଉଚିତ: ନିର୍ବାଚନ କମିସନଙ୍କ ବିଶେଷଜ୍ଞ କମିଟି

Advertisment
ଟ୍ୱିଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର, 'ଟୁଲକିଟ' ଯାଞ୍ଚବେଳେ ମୁଣ୍ଡ ପୁରାଅ ନାହିଁ

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଟ୍ଵିଟରର ‘ହ୍ୟାସଟ୍ୟାଗ’କୁ ରାଜନୈତିକ ବିଜ୍ଞାପନ ଭାବରେ ବିବେଚନା କରାଯିବା ଉଚିତ ବୋଲି ନିର୍ବାଚନ କମିସନଙ୍କ ଦ୍ୱାରା ଗଠିତ ହୋଇଥିବା ଏକ ବିଶେଷଜ୍ଞ କମିଟି ମତ ଦେଇଛି। ଏଥିସହ ପ୍ରତି ଜିଲ୍ଲାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପୃଥକ ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ ପାଇଁ କମିସନଙ୍କୁ ପରାମର୍ଶ ଦେଇଛି ବିଶେଷଜ୍ଞ କମିଟି।

ଗତ ବର୍ଷ ନିର୍ବାଚନ କମିସନଙ୍କ ଦ୍ୱାରା ଗଠିତ ହୋଇଥିବା ଏହି ବିଶେଷଜ୍ଞ କମିଟି ଟ୍ଵିିଟରରେ ‘ହ୍ୟାସଟ୍ୟାଗ’ ଟ୍ରେଣ୍ଡକୁ ନିର୍ବାଚନ ପ୍ରକ୍ରିୟା ସମୟରେ ରାଜନୈତିକ ବିଜ୍ଞାପନ ଭାବରେ ଗ୍ରହଣ କରିବାକୁ କମିସନଙ୍କୁ ପରାମର୍ଶ ଦେଇଛି। ଗତ ଜାନୁଆରି ମାସରେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଥିବା ନିଜର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ଏହି ବିଶେଷଜ୍ଞ କମିଟି  ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପୃଥକ ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରିବାକୁ ମଧ୍ୟ କମିସନଙ୍କୁ ପରାମର୍ଶ ଦେଇଛି, ଯାହା ଦ୍ୱାରା ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ରାଜନୈତିକ ବିଜ୍ଞାପନ ସବୁକୁ ଟ୍ରାକ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe