Image Courtesy of India Today
କାଲିଫର୍ଣ୍ଣିଆ: ସାମାଜିକ ଗଣମାଧ୍ୟମ କମ୍ପାନି ‘ଟୁଇଟର୍’କୁ ଖରିଦ କରିବା ପାଇଁ ଏଲନ୍ ମସ୍କ କରିଥିବା ୪୪ ବିଲିୟନ୍ ଡଲାର୍ ରାଜିନାମାରୁ ଓହରି ଯିବାରୁ ତାଙ୍କ ନାମରେ ମାମଲା ରୁଜୁ କରିବା ଲାଗି ପ୍ରସ୍ତୁତ ଚଳାଉଥିବା ବେଳେ ‘ଟୁଇଟର୍’ ଆମେରିକୀୟ ଆଇନ ସଂସ୍ଥାନ ‘ୱାକ୍ଟେଲ୍ ଲିପ୍ଟନ୍ ରୋଜେନ୍ ଆଣ୍ଡ୍ କାଟ୍ଜ୍ ଏଲ୍ଏଲ୍ପି’ର ସହାୟତା ନେଇଥିବା କଥା ଏ ସଂକ୍ରାନ୍ତରେ ଅବଗତ ଥିବା ବ୍ୟକ୍ତିମାନେ କହିଛନ୍ତି।
‘ପ୍ଲାଟ୍ଫର୍ମ’ରେ ଥିବା ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ତଥ୍ୟ ଦେବାରେ ‘ଟୁଇଟର୍’ ବିଫଳ ହୋଇଥିବା କହି ଶୁକ୍ରବାର ଦିନ ‘ଟେସ୍ଲା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମସ୍କ୍ ଉପରୋକ୍ତ ରାଜିନାମା ବାତିଲ କରିଥିବା କଥା କହିଥିଲେ। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଟୁଇଟର୍’ର ଅଧ୍ୟକ୍ଷ ବ୍ରେଟ୍ ଟେଲର୍ ପ୍ରତିଜ୍ଞା କରି କହିଥିଲେ କି, ମସ୍କ୍ଙ୍କ ବିରୋଧରେ ମାମଲା ରୁଜୁ କରାଯିବ।
Image Courtesy of Reutersଘଟଣା ସଂକ୍ରାନ୍ତରେ ଅବଗତ ଥିବା ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ସପ୍ତାହ ପ୍ରାରମ୍ଭରେ ଡେଲେୱେର୍ରେ ମାମଲା ରୁଜୁ କରିବା ଲାଗି ‘ଟୁଇଟର୍’ ଯୋଜନା କରୁଛି।
ଏ ସଂକ୍ରାନ୍ତରେ ‘ଟୁଇଟର୍’ ମନ୍ତବ୍ୟ ଦେବାକୁ ମନା କରି ଦେଇଥିବା ବେଳେ ଅଫିସ୍ ସମୟ ଶେଷ ହୋଇଯାଇଥିବାରୁ ଉକ୍ତ ଆଇନ ସଂସ୍ଥାନ ମଧ୍ୟ ହଠାତ୍ କିଛି ଉତ୍ତର ଦେଇ ପାରି ନ ଥିଲା।
Follow Us