ଆଜି ଅପରାହ୍ଣ ୪ଟାରେ ସଂସଦୀୟ କମିଟି ସମ୍ମୁଖରେ ହାଜର ହେବେ ‘ଟୁଇଟର୍‌’ ଅଧିକାରୀ

ଆଜି ଅପରାହ୍ଣ ୪ଟାରେ ସଂସଦୀୟ କମିଟି ସମ୍ମୁଖରେ ହାଜର ହେବେ ‘ଟୁଇଟର୍‌’ ଅଧିକାରୀ

Image Courtesy of Bloomberg Quint

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମର ଅପବ୍ୟବହାର କିଭଳି ପ୍ରତିରୋଧ କରାଯିବ ସେ ସଂକ୍ରାନ୍ତ ମତ ଉପସ୍ଥାପନା ନିମନ୍ତେ ଆଜି ଅପରାହ୍ଣ ୪ଟାରେ ‘ଟୁଇଟର୍‌’ର ଅଧିକାରୀମାନେ ‘ପାର୍ଲାମେଣ୍ଟାରି ଷ୍ଟାଡିଙ୍ଗ୍‌ କମିଟି ଅଫ୍ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ ସମ୍ମୁଖରେ ହାଜର ହେବେ।

କମିଟି ନିକଟରେ ହାଜର ହୋଇ ସାମାଜିକ ଗଣମାଧ୍ୟମ ଅପବ୍ୟବହାର ରୋକିବା ସଂକ୍ରାନ୍ତ ବର୍ଣ୍ଣନା ଉପସ୍ଥାପନ କରିବା ଲାଗି କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ବାଧୀନ ସଂସଦୀୟ କମିଟି ‘ଟୁଇଟର୍‌’ର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ଡକାଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମର ଅପବ୍ୟବହାର ରୋକିବା ଏବଂ ନାଗରିକମାନଙ୍କର ଅଧିକାର ସୁରକ୍ଷିତ ରଖିବା ସଂକ୍ରାନ୍ତ ସମସ୍ୟା ବିଷୟରେ ଆଲୋଚନା ପାଇଁ ‘ଟୁଇଟର୍‌’ ଓ ‘ଫେସ୍‌ବୁକ୍’ ସମେତ ଅନ୍ୟ କେତେକ ସାମାଜିକ ଗଣମାଧ୍ୟମର ଅଧିକାରୀମାନଙ୍କୁ ମଧ୍ୟ ଆଜି ହାଜର ହେବାକୁ ନୋଟିସ ଜାରି କରାଯାଇଛି।

publive-image Image Courtesy of DTNext

ଜୁନ୍ ୧୮ ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନୋଟିସ୍‌ ଅନୁସାରେ, ‘ଟୁଇଟର୍‌’ର ପ୍ରତିନିଧିମାନଙ୍କ ମତାମତ ଶୁଣାଣି ଏବଂ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ମହିଳାମାନଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବା ସହ ନାଗରିକମାନଙ୍କ ଅଧିକାର ସୁରକ୍ଷା ଓ ସାମାଜିକ ଗଣମାଧ୍ୟମ/ଅନ୍‌ଲାଇନ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ଅପବ୍ୟବହାର ପ୍ରତିରୋଧ କରିବା ବିଷୟରେ ‘ଇଲେକ୍ଟ୍ରୋନିକ୍‌ ଟେକ୍ନୋଲୋଜି’ର ପ୍ରତିନିଧିମାନେ ଉପସ୍ଥାପନ କରିବାକୁ ଥିବା ପ୍ରମାଣମାନ ପ୍ରସଙ୍ଗ ଆଜିର ଆଜେଣ୍ଡାରେ ରହିଛି।

ସୂଚନାଯୋଗ୍ୟ, ଲୋକସଭା ସଚିବାଳୟ ଏହି ନୋଟିସ୍‌ ଜାରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe