ପୁଣି ହିଂସା ଉଦ୍ରେକ କରାଇବା ଆଶଙ୍କା କରି ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ସବୁଦିନ ପାଇଁ ବନ୍ଦ କଲା ଟୁଇଟର୍‌

ପୁଣି ହିଂସା ଉଦ୍ରେକ କରାଇବା ଆଶଙ୍କା କରି ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ସବୁଦିନ ପାଇଁ ବନ୍ଦ କଲା ଟୁଇଟର୍‌

Image Courtesy NDTV

ଓ୍ଵାସିଂଟନ୍‌: ପୁନର୍ବାର ହିଂସା ଉଦ୍ରେକ କରାଇବା ଆଶଙ୍କା କରି ଶୁକ୍ରବାର ଦିନ ଟୁଇଟର୍‌ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ସବୁଦିନ ଲାଗି ବନ୍ଦ କରି ଦେଇଛି।

ଟୁଇଟ୍‌ କରି ଟୁଇଟର୍‌ କହିଛି, ନିକଟ ଅତୀତରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ର ସମସ୍ତ ଟୁଇଟ୍‌ ଏବଂ ସେ ଜନିତ ପରିସ୍ଥିତିକୁ ତନ୍ନତନ୍ନ କରି ସମୀକ୍ଷା କରିବା ପରେ ପୁନର୍ବାର ହିଂସା ଉଦ୍ରେକ ଆଶଙ୍କା କରି ଆମେ ସବୁ ଦିନ ପାଇଁ ଉକ୍ତ ଆକାଉଣ୍ଟ୍‌କୁ ବନ୍ଦ କରି ଦେଇଛୁ।

ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ମାରାତ୍ମକ ବିଦ୍ରୋହ ପରେ ଟ୍ରମ୍ପ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟୁଇଟର୍‌ ଉପରେ ଚାପ ପଡୁଛି। ୮୮ ନିୟୁତ ଅନୁଗାମୀ ଥିବା ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ବୁଧବାର ଦିନ ଟୁଇଟର୍‌ ସାମୟିକ ଭାବେ ବ୍ଲକ୍‌ ବା ଅବରୋଧ କରିଥିଲା।

publive-image Image Courtesy of India Today

ପୁଣି ଗୁରୁବାର ଦିନ ଟ୍ରମ୍ପ୍‌ ଟୁଇଟ୍‌ କରିବା ଆରମ୍ଭ କରିଥିଲେ। କ୍ଷେତ୍ରବିଶେଷର ପରିସ୍ଥିତି ଏବଂ ଟୁଇଟର୍‌ରୁ ଆସୁଥିବା ମନ୍ତବ୍ୟ ଉପରେ ସତର୍କ ଦୃଷ୍ଟି ରଖୁଥିବା ଟୁଇଟର୍‌ କହିଥିଲା କି, ଟ୍ରମ୍ପ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ।

ସବୁଦିନ ପାଇଁ ଆକାଉଣ୍ଟ୍‌ ଅଚଳ କରାଯାଇଥିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ, ତାଙ୍କୁ ଚୁପ୍‌ କରାଇବାକୁ ରାଜନୈତିକ ଶତ୍ରୁମାନଙ୍କ ସହ ଟୁଇଟର୍‌ ଷଡ଼ଯନ୍ତ୍ର କରୁଛି। ଏ କଥା ଟ୍ରମ୍ପ୍‌ ତାଙ୍କ ଅଫିସ୍‌ ଆକାଉଣ୍ଟ୍‌ରେ ଲେଖିଥିଲେ। କିନ୍ତୁ, ତାଙ୍କର ଏହି ପୋଷ୍ଟ୍‍କୁ ଟୁଇଟର୍‌ ତତ୍‌କ୍ଷଣାତ୍‌ ଡିଲିଟ୍‌ କରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe