ଟ୍ବିଟର ଭାରତୀୟ ନିୟମ ମାନିବା ଉଚିତ: ମସ୍କ

Advertisment

କୋର୍ଟରେ ଟ୍ବିଟର ବନାମ ମସ୍କ

କୋର୍ଟରେ ଟ୍ବିଟର ବନାମ ମସ୍କ

ଟ୍ବିଟର ଭାରତୀୟ ନିୟମ ମାନିବା ଉଚିତ: ମସ୍କ

bgr.in

ସାନ ଫ୍ରାନ୍‌ସିସ୍‌କୋ : ଅଗ୍ରଣୀ ସୋସିଆଲ୍ ମିଡିଆ ସାଇଟ୍ ଟ୍ବିଟର୍‌ ଓ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ତଥା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କଙ୍କ ମଧ୍ୟରେ ଡେଲାୱାର କୋର୍ଟରେ ଆଇନ ଲଢ଼େଇ ଚାଲିଛି। ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ଲାଗି ଘୋଷଣା କରିବା ପରେ ମସ୍କ ଓହରିଯାଇଛନ୍ତି। ସେହି ଚୁକ୍ତିକୁ ପାଳନ କରିବା ଲାଗି ମସ୍କଙ୍କୁ ବାଧ୍ୟ କରିବା ଲାଗି ଟ୍ବିଟର କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କୋର୍ଟ‌ରେ ନିଜ ପକ୍ଷକୁ ଦୃଢ଼ କରିବା ଲାଗି ମସ୍କଙ୍କ ଆଇନଜୀବୀ ଭାରତ ସମ୍ପର୍କିତ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି।

ମସ୍କ ଅଭିଯୋଗ କରିଛନ୍ତି ଯେ ଭାରତ ସରକାରଙ୍କ ସହିତ ଟ୍ବିଟର୍‌ର ଝଗଡ଼ା ରହିଛି। ଭାରତର ସ୍ଥାନୀୟ ନିୟମକୁ ଟ୍ବିଟର ମାନିବା ଉଚିତ। ୨୦୨୧ରେ ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ କିଛି ନିର୍ଦିଷ୍ଟ ନିୟମ ଲାଗୁ କରିଥିଲା ଯାହା ସୋସିଆଲ ମିଡିଆ ପୋଷ୍ଟ୍‌ଗୁଡ଼ିକର ତଦନ୍ତ କରିବା ଲାଗି ସରକାରଙ୍କୁ କ୍ଷମତା ଦେଇଥିଲା। କିଛି ପୋଷ୍ଟ ହଟାଇବା ଓ ସେଗୁଡ଼ିକର ଉତ୍ସ ଜଣାଇବା ଲାଗି ସରକାର ଦାବି କରିବା ପରେ ଟ୍ବିଟର ସେହି ନିୟମ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ସରକାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମସ୍କଙ୍କ ଅଭି‌‌‌ଯୋଗକୁ ଟ୍ବିଟର ଖଣ୍ଡନ କରିଛି। ଏଥି ସହିତ ‌କୋର୍ଟଙ୍କୁ ଟ୍ବିଟର ଜଣାଇଛି ଯେ ଆଇଟି ନିୟମର ଧାରା ୬୯ଏରେ ରହିଥିବା ବ୍ୟବସ୍ଥା ଅନୁସାରେ ରାଜନତୋ, ସାମାଜିକ କର୍ମୀ ଓ ସାମ୍ବାଦିକଙ୍କ ପୋଷ୍ଟକୁ ହଟାଇବା ଲାଗି ସରକାର ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ କଂପାନି କୋର୍ଟରେ ଚ୍ୟାଲେଞ୍ଜ କରିଛି। ପୋଷ୍ଟକୁ ରୋକିବା କିମ୍ବା ହଟାଇବା ନିର୍ଦେଶ ପାଳନ କଲେ ଭାରତରେ ଟ୍ବିଟର ବନ୍ଦ ହୋଇଯିବ ବୋଲି କଂପାନିର ଆଇନଜୀବୀ କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏହି ମାମଲାର ଶୁଣାଣି ଅଗଷ୍ଟ ୨୫ ପର୍ଯ୍ୟନ୍ତ ସ୍ଥଗିତ ରହିଛି।

ଟ୍ବିଟର୍‌ରେ କେତେ ନକଲି ଆକାଉଣ୍ଟ୍‌ ରହିଛି ତାହାର ପ୍ରକୃତ ତଥ୍ୟ ଜାଣିବା ଲାଗି ମସ୍କ ଜିଦ୍‌ ଧରିଛନ୍ତି। ଏହି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe