ଟୁଇଟର ଜାରି କଲା ହାଇଡ୍‌ ରିପ୍ଲାଇ ଫିଚର୍‌,ଏଣିକି ଟ୍ରୋଲର୍ସଙ୍କ ବଢ଼ିବ ସମସ୍ୟା!

Advertisment

photo--wccftech

ମାଇକ୍ରୋ ବ୍ଲଗିଂଗ୍‌ ସାଇଟ୍‌ ଟୁଇଟର ତାହାର ଉପଭୋକ୍ତାଙ୍କ ସୁବିଧା ଲାଗି ଏକ ହାଇଡ୍‌ ରିପ୍ଲାଇ ଫିଚର୍‌ ଜାରି କରିଛି। ଏହା ଜରିଆରେ ଉପଭୋକ୍ତା ତାଙ୍କ ଟୁଇଟର ଆକାଉଣ୍ଟ୍‌ରେ ରିପ୍ଲାଇ ଏବଂ ଟୁଇଟକୁ କିଏ ଦେଖିବ ଓ କିଏ ଦେଖିବ ନାହିଁ ତାହାକୁ ନିଜର ନିୟନ୍ତ୍ରଣରେ ରଖିପାରିବେ।ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ହେଉଛି ହାଇଡ୍‌ ରିପ୍ଲାଇ ଟୁଇଟର୍‌ର ଏକ ନୂଆ ପ୍ରାଇଭେସି ଫିଚର୍‌ ।

କିଛି ଦେଶରେ ବର୍ତ୍ତମାନ ଏହି ଟୁଇଟର୍‌ର ଫିଚର୍‌ ପ୍ରଚଳନ ହୋଇଛି। ତେବେ ଆମ ଦେଶରେ ଏହି ଫିଚରର ଲାଇଭ୍‌ ହେବା ପରେ ଉପଭୋକ୍ତାଙ୍କ ପାଖରେ ଏହାର ବିକଳ୍ପ ରହିବ କି ସେ ତାଙ୍କର ପୋଷ୍ଟ ଉପରେ କେଉଁ କେଉଁ ରିପ୍ଲାଇକୁ ହାଇଡ୍‌ କରିବାକୁ ଚାହାଁନ୍ତି ବା ନାହିଁ। ଏହା ଦ୍ୱାରା ଶୀଘ୍ର ଉପଭୋକ୍ତା ତା’ର ଟ୍ଵିଟର୍‌ରେ ଦିଆଯାଇଥିବା କୌଣସି ଟ୍ଵିଟ୍‌ରର ରିପ୍ଲାଇକୁ ଅତି ସହଜରେ ଲୁଚାଇପାରିବେ।

ଏଥିସହିତ ଏହି ଫିଚର୍‌କୁ ଅନ୍‌ କରିବାକୁ ହେଲେ ବ୍ୟକ୍ତିଙ୍କୁ ତାଙ୍କ ଟୁଇଟ ସହିତ ଦେଖାଯାଉଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍‌ କରିବାକୁ ପଡ଼ିବ ଏବଂ ଏହାପରେ ହାଇଡ୍‌ ରିପ୍ଲାଇଜ୍‌ର ବିକଳ୍ପକୁ ବାଛିବାକୁ ହେବ। ହେଲେ ଉପଭୋକ୍ତାଙ୍କ ପାଖରେ ଏହି ରିପ୍ଲାଇ ବଟନ୍‌କୁ ହାଇଡ୍‌ କରିବାର ବିକଳ୍ପ ସର୍ବଦା ରହିବ ନାହିଁ।

publive-image photo--sprout social

ଜାଣନ୍ତୁ ଏହା ଦ୍ୱାରା ଉପଭୋକ୍ତାଙ୍କୁ କ’ଣ ଫାଇଦା ମିଳିବ?....
ଏହି ଫିଚର୍‌ର ସବୁଠୁ ବଡ଼ ଫାଇଦା ହେଉଛି ଏଇଆ ଯେ,ଯଦି ଆପଣଙ୍କୁ କେହି ଟ୍ରୋଲ୍‌ କରିବାକୁ ଚେଷ୍ଟା କରୁଥାଏ;ତେବେ ଆପଣ ତାଙ୍କର ସେହି ରିପ୍ଲାଇକୁ ହାଇଡ୍‌ କରିପାରିବେ। ଏହା ଦ୍ୱାରା ଅନ୍ୟ ଲୋକ ମଧ୍ୟ ସେ କରିଥିବା ରିପ୍ଲାଇକୁ ଦେଖିପାରିବେ ନାହିଁ।
ବର୍ତ୍ତମାନ ସୁଦ୍ଧା ଏହାର ପ୍ରଚଳନ କେବଳ କାନାଡ଼ାରେ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe