Image Courtesy of HT
ନୂଆଦିଲ୍ଲୀ: ଯାଞ୍ଚ ହୋଇ ସାରିଥିବା ଆକାଉଣ୍ଟ୍ରେ ବ୍ୟବହାରକାରୀଙ୍କ ନାଁ ସମ୍ମୁଖରେ ନୀଳ ରଙ୍ଗର ଚେକ୍ ମାର୍କ ଦେଇ ଟୁଇଟର୍ ଆରମ୍ଭ କରିଥିବା ଆକାଉଣ୍ଟ୍ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିଛି।
ଭର୍ଜିନିଆସ୍ଥିତ ଚାର୍ଲୋଟ୍ସ୍ଭାଇଲ୍ରେ ହ୍ଵାଇଟ୍ ସୁପ୍ରିମାସିଷ୍ଟ୍ ରାଲିର ଆୟୋଜନକାରୀଙ୍କ ଟୁଇଟର୍ ଆକାଉଣ୍ଟ୍ ଯାଞ୍ଚ କରି ଜନଗଣଙ୍କ ସମାଲୋଚନାର ସରବ୍ୟ ହେବା ପରେ ଏ ଭଳି ଘୋଷଣା କରିଛି ଟୁଇଟର୍।
ସ୍ୱର ଏବଂ ପରିଚୟକୁ ସ୍ୱୀକୃତି ଦେବା ଥିଲା ଯାଞ୍ଚର ଉଦ୍ଦେଶ୍ୟ କିନ୍ତୁ ଏହାକୁ ଏକ ଲାଇସେନ୍ସ୍ ଅଥବା ଗୁରୁତ୍ୱର ସୂଚକ ଭାବେ ଅର୍ଥ କରାଗଲା।
ଏଭଳି ବିଭ୍ରାନ୍ତି ସୃଷ୍ଟି କରିଛୁ ବୋଲି ଆମେ ଜାଣୁ ଏବଂ ତାହାକୁ ସମାଧାନ କରିବା ଆବଶ୍ୟକ କରୁଛୁ। ଆମେ ସମସ୍ତ ସାଧାରଣ ଯାଞ୍ଚ ପ୍ରକ୍ରିୟା ବନ୍ଦ ରଖି କାମ ଚଳାଇ ଥିବାବେଳେ ପୁନଶ୍ଚ ଫେରିବୁ ବୋଲି ଟୁଇଟର୍ ସପୋର୍ଟ ଆକାଉଣ୍ଟ୍ର ଏକ ଟୁଇଟ୍ରେ ଉଲ୍ଲେଖ ରହିଛି।
Follow Us