ନୂଆଦିଲ୍ଲୀ : ଲାହୋର ସେସନ୍ସ କୋର୍ଟରେ ଆଜି ଦୁଇଜଣ ଆଇନଜୀବୀଙ୍କୁ ଅନ୍ୟଜଣେ ଆଇନଜୀବୀ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ସମ୍ପତ୍ତି ମାମଲାର ଶୁଣାଣି ସମୟରେ ଆଜି ଲାହୋର ସେସନ୍ସ କୋର୍ଟରେ ୩ ଜଣ ଆଇନଜୀବୀ କଶିଫ୍, ନଦିମ ଏବଂ ଅେଓ୍ଵସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେମାନେ ପରସ୍ପର ମଧ୍ୟରେ ମାଡ଼ପିଟ୍ ହେବା ଆରମ୍ଭ କରିଥିଲେ। ତେବେ ପରିସ୍ଥିତିକୁ ପୁଲିସ ନିୟନ୍ତ୍ରଣ କରିବା ପୂର୍ବରୁ ଆଇନଜୀବୀ କଶିଫ୍ ଏକ ବନ୍ଧୁକ ଆଣି ନଦିମ୍ ଏବଂ ଅେଓ୍ଵସ୍ଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସେମାନଙ୍କୁ ସଙ୍ଗେସଙ୍ଗେ ମାୟୋ ହସ୍ପିଟାଲ୍କୁ ନିଆଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ହତ୍ୟାକାରୀ ଆଇନଜୀବୀ କଶିଫ୍କୁ ପୁଲିସ ଗିରଫ କରିଛି। ଲାହୋର ବରିଷ୍ଠ ପୁଲିସ ସୁପରିନଟେଣ୍ଡେଣ୍ଟ୍ ମୁବାଶିର ମାକନ୍ଙ୍କ କହିବା ଅନୁଯାୟୀ ଉକ୍ତ ୩ ଜଣ ଆଇନଜୀବୀ ସମ୍ପର୍କିୟ। ଏକ ସମ୍ପତ୍ତି ବିବାଦକୁ ନେଇ ଆଜି ଏହି କାଣ୍ଡ ଘଟିଛି। ଘକ୍ତ ଘଟଣା ପରେ କୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଆଇନଜୀବୀ ଜଣଙ୍କ କୋର୍ଟ ମଧ୍ୟକୁ କିପରି ବନ୍ଧୁକ ଆଣିଲେ ସେନେଇ ତଦନ୍ତ ଜାରି ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us