ସରକାରଙ୍କ ଅଜବ ଆଦେଶ, କରୋନାରେ ମୃତ୍ୟୁ ଘଟିଲେ ଓଲଟା ପରିବାର ଲୋକ ଦେବେ ଟଙ୍କା

ସରକାରଙ୍କ ଅଜବ ଆଦେଶ, କରୋନାରେ ମୃତ୍ୟୁ ଘଟିଲେ ଓଲଟା ପରିବାର ଲୋକ ଦେବେ ଟଙ୍କା

ରାୟପୁର: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ଼ ସରକାର ଦେଇଥିବା ଏକ ଅଦେଶକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ସରକାରୀ ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟେ ତେବେ ମୃତକଙ୍କ ପରିବାର ଲୋକଙ୍କୁ ଅଢେଇ ହଜାର ଟଙ୍କା ଦେବାକୁ ହେବ। ଏହି ଟଙ୍କା ଶବ ସଂରକ୍ଷିତ କରିବା ଓ ସଂସ୍କାର କରିବା କାମରେ ଲାଗିବ ବୋଲି କୁହାଯାଇଛି । ଏହି ଆଦେଶ ଛତିଶଗଡ଼ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ଏଭଳି ଆଦେଶ ଆସିବା ପରେ କିଛି ସଂଗଠନ ସହ ରାଜ୍ୟ ବିଜେପି ଏହାକୁ ବିରୋଧ କରିଛି । ବିଜେପି ରାଜ୍ୟପାଳଙ୍କଠାରେ ଅଭିଯୋଗ ମଧ୍ୟ କରିଛି ।

ଏହାପୂର୍ବରୁ ସୋମବାର ଦିନ ଛତିଶଗଡ଼ ସରକାର ଏକ ଆଦେଶ ଜାରି କରି ରାଜ୍ୟରେ ଥିବା ଘରୋଇ ମେଡିକାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏକ ଦର ନିର୍ଦ୍ଧାରଣ କରିଥିଲେ। ଏଥିରେ କୁହାଯାଇଥିଲା କି ଏନଏବିଏଏଚ୍ ମାନ୍ୟତା ପ୍ରାପ୍ତ ହସ୍ପିଟାଲରେ ମଧ୍ୟମ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଦୈନିକ ୬,୨୦୦ ଟଙ୍କା ଦେବାକୁ ହେବ । ଯାହା ମଧ୍ୟରେ ସପୋଟିଭ୍ କେୟାର, ଆଇସୋଲେସନ ବେଡ୍‌ , ଅକ୍ସିଜେନ ଓ ପିପିଇ କିଟ୍ ମେଡିକାଲ ତରଫରୁ ଉପଲବ୍ଧ କରାଯିବ।

ଏହାସହ ଗମ୍ଭୀର ଭାବେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦୈନିକ ୧୨ ହଜାର ଟଙ୍କା ଦେବାକୁ ହେବ । ଏଥିରେ ବିନା ଭେଣ୍ଟିଲେଟରରେ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ । ଅତ୍ୟନ୍ତ ଗମ୍ଭୀର ସଂକ୍ରମିତଙ୍କ ଚିକିତ୍ସା ପାଇଁ ରୋଗୀଙ୍କୁ ଦୈନିକ ୧୭ ହଜାର ଟଙ୍କା ଦେବାକୁ ହେବ । ଯାହା ମଧ୍ୟରେ ରୋଗୀଙ୍କୁ ଭେଣ୍ଟିଲେଟର ସହ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ।

ଉଲ୍ଲେଖଯୋଗ୍ୟ, କରୋନା କାଳରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଏବେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । ଏଭଳି ସ୍ଥିତିରେ ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ମହାମାରୀ ପାଇଁ ରୋଗୀ ବା ତାଙ୍କ ପରିବାର ଲୋକଙ୍କଠାରୁ ସେବା ବାବଦରେ ଟଙ୍କା ଆଦାୟ କରିବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe