Tripura News
ଭୋପାଳ: ମଧ୍ୟପ୍ରଦେଶର ସେହୋର ଜିଲ୍ଲାରେ ଆଜି ଏକ ୩୦୦ ଫୁଟ୍ ଗଭୀର ବୋରୱେଲ୍ରେ ଜଣେ ଅଢ଼େଇ ବର୍ଷର ଶିଶୁ ଖସି ପଡ଼ିଛି। ସେହୋର ଜିଲ୍ଲା ଅଧୀନସ୍ଥ ମୁଗାଭଲି ଗ୍ରାମରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ଖବର ପାଇ ସଙ୍ଗେସଙ୍ଗେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସେହୋର ଜିଲ୍ଲାର। ତେଣୁ ସେହୋର ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି ଏବଂ ଅଢ଼େଇ ବର୍ଷର ଝିଅକୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅଧିକାରୀମାନେ ମଧ୍ୟ ଉକ୍ତ ପ୍ରସଙ୍ଗରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।
Follow Us