ମୁମ୍ବାଇରେ ପୁଣି ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

Advertisment

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତ ୨୩କୁ ବୃଦ୍ଧି, ମହାରାଷ୍ଟ୍ରରେ ୧୦

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତ ୨୩କୁ ବୃଦ୍ଧି, ମହାରାଷ୍ଟ୍ରରେ ୧୦

ମୁମ୍ବାଇରେ ପୁଣି ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇରେ ପୁଣି ୨ ଜଣ ଓମିକ୍ରନ୍‌ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ୩୭ ବର୍ଷୀୟ ଯୁବକ ଏବଂ ଆମେରିକାରୁ ଫେରିଥିବା ତାଙ୍କର ଜଣେ ୩୬ ବର୍ଷୀୟ ବନ୍ଧୁ ଏହି ପ୍ରଜାତି‌ରେ ସଂକ୍ରମିତ ହୋଇଛନ୍ତି। ଏଥିସହ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଏମାନଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁଯାୟୀ ଉଭୟ ରୋଗୀଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଦେଶରେ ଏଯାବତ ୫ଟି ରାଜ୍ୟରେ ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଛି।

ରାଜସ୍ଥାନରେ ଗତକାଲି ୯ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବାବେଳେ ମହାରାଷ୍ଟ୍ରରେ ୮ ଜଣ, କର୍ଣ୍ଣାଟକରେ ୨ ଜଣ ଦିଲ୍ଲୀରେ ଜଣେ, ଗୁଜରାଟରେ ଜଣେ ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଥିଲା। ଆଜି ମୁମ୍ବାଇରେ ଆଉ ୨ ଜଣ ଚିହ୍ନଟ ହେବାପରେ ଦେଶରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୮,୩୦୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ‌ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୪୧,୫୬୧। ଅନ୍ୟପକ୍ଷେ ସକ୍ରିୟ ମାମଲା ୯୮,୪୧୬। ୫୫୨ ଦିନରେ ଏହା ସବୁଠାରୁ କମ୍‌। ଗତ ୨୪ ଘଣ୍ଟାରେ ୨୧୧ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୪,୭୩,୫୩୭କୁ ବୃଦ୍ଧି ପାଇଛି। ଲଗାତାର ୧୦ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହୁଛି ଏବଂ ଲଗାତାର ୧୬୨ ଦିନ ଧରି ସଂକ୍ରମଣ ୫୦ ହଜାର ତଳେ ରହୁଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୨୮ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe