ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ୨ ଜଣ ଯବାନଙ୍କୁ ମାଡ଼ ମାରି ରେସ୍ତୋରାଁର ୭ କର୍ମଚାରୀ ଗିରାଫ; ମାଡ଼ପିଟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍‌

Advertisment
ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ୨ ଜଣ ଯବାନଙ୍କୁ ମାଡ଼ ମାରି ରେସ୍ତୋରାଁର ୭ କର୍ମଚାରୀ ଗିରାଫ; ମାଡ଼ପିଟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍‌

ANI

ବାଘପତ୍‌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ବାଘପତ୍‌ ଅଞ୍ଚଳରେ ଥିବା ଏକ ରେସ୍ତୋରାଁକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଇଥିବା ଭାରତୀୟ ସେନାର ଦୁଇଜଣ ଯବାନ ସଂପୃକ୍ତ ରେସ୍ତୋରାଁର ଜନୈକ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିବା ଘଟଣା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣା ପରେ ରେସ୍ତୋରାଁର ସମସ୍ତ କର୍ମଚାରୀ ଏକଜୁଟ ହୋଇ ଯୁକ୍ତିତର୍କ କରିଥିବା ସଂପୃକ୍ତ ଦୁଇଜଣ ଯବାନଙ୍କୁ ନିର୍ଘାତ ମାଡ଼ ମାରିବା ସହ ଲହୁଲୁହାଣ କରି ଦେଇଛନ୍ତି।

ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସଂପର୍କରେ ଖବର ପାଇବା ପରେ ବାଘପତ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କୁ ମାଡ଼ ମରିଥିବା ଅଭିଯୋଗରେ ସଂପୃକ୍ତ ରେସ୍ତୋରାଁର ୭ ଜଣ କର୍ମଚାରୀଙ୍କୁ ଗିରଫ କରିବା ସହ ଘଟଣା ସଂପର୍କରେ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ଅପରପକ୍ଷରେ ଯବାନ ଓ ରୋସ୍ତୋରାଁ କର୍ମଚାରୀଙ୍କ ମଧ୍ୟରେ ମାଡ଼ଯିଟ ଚାଲିଥିବା କାଳରେ କେହି ଜଣେ ଏହାର ଭିଡିଓ ଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଭିଡିଓଟି ଏବେ ଭାଇରାଲ ହେବାକ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe