Image Courtesy of India Today
ନୂଆଦିଲ୍ଲୀ: ଶୁକ୍ରବାର ଦିନ ବୋଧଗୟା ତୀର୍ଥସ୍ଥଳ ନିକଟରୁ ଦୁଇଟି ବୋମା ଉଦ୍ଧାର କରାଯାଇଛି।
ପାଟନା ଜୋନ୍ର ଇନ୍ସ୍ପେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ ଏନ୍ ଏଚ୍ ଖାଁ କହନ୍ତି: ପାଟନା ରେଞ୍ଜ୍ ଡିଆଇଜିଙ୍କ ନେତୃତ୍ୱରେ ଏକ ଜୋର୍ଦାର୍ କମ୍ବିଂଙ୍ଗ୍ ଅପରେସନ୍ ଚଳାଇଥିବା ବେଳେ କାଳଚକ୍ର ପଡ଼ିଆ ଅଞ୍ଚଳରୁ ଏହି ବୋମା ଦୁଇଟି ମିଳିଛି।
ବିହାରର ବୋଧଗୟାସ୍ଥିତ ମହାବୋଧି ମନ୍ଦିରର ୪ ନମ୍ବର ନିକଟରୁ ଏକ ସନ୍ଦିଗ୍ଧ ଜିନିଷ ଉଦ୍ଧାର କରାଯାଇଛି। ଏହା ଏକ ଥର୍ମୋସ୍ ବୋଲି ଜଣେ ପୁଲିସ ଅଧିକାରୀ କହୁଛନ୍ତି।
ଜାନୁଆରି ପହିଲାରେ ତିବ୍ଦତୀୟ ଅଧ୍ୟାତ୍ମିକ ନେତା ଦଲାଇ ଲାମା ବୋଧଗୟା ଠାରେ ପହଞ୍ଚିଥିଲେ। ସେ ସେଠାରେ ମାସେ ଅବସ୍ଥାନ କରି ପାରନ୍ତି।
ନିକଟରେ ବିହାରର ରାଜ୍ୟପାଳ ସତ୍ୟ ପାଲ ମଲିକ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ହଲିଉଡ୍ ଅଭିନେତା ରିର୍ଚାର୍ଡ ଗେରେ ବୋଧଗୟା ପରିଦର୍ଶନରେ ଯାଇ ବୌଦ୍ଧ ସନ୍ନ୍ୟାସୀଙ୍କ ଆଶୀର୍ବାଦ ଲାଭ କରିଥିଲେ।
Follow Us