ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Advertisment
ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

କୋଲକାତା : କୋଲକାତାରେ ଗୁରୁବାର ଦିନ ଏକ ଅଘଟଣ ଘଟିଯାଇଛି। ଜେଜେବାପାଙ୍କ ଶ୍ରାଦ୍ଧ କର୍ମ ପାଇଁ ଆଜି ହୁଗୁଳି ନଦୀକୁ ଯାଇଥିବା ୨ ଭାଇ ନଦୀରେ ଭାସି ଯାଇଛନ୍ତି। ଜଣଙ୍କର ବୟସ ୧୭ ଏବଂ ଅନ୍ୟ ଜଣଙ୍କ ବୟସ ୨୧। ସେମାନେ କାର୍ଲ ମାର୍କ୍ସ ସରନିରେ ରହୁଥିଲେ। ଆଜି ସକାଳ ୮.୪୫ରୁ ୯ଟା ମଧ୍ୟରେ ଗ୍ବାଲିୟର ଘାଟରେ ଏହି ଅଘଟଣ ଘଟିଛି। ଦୁଇ ଭାଇ ପାଣିରେ ଭାସି ଯାଉଥିବାବେଳେ ବାପା ମା’ କେବଳ ଦେଖିବା ଛଡ଼ା ଆଉ କିଛି କରିପାରିନଥିଲେ। ପାଣିର ସୁଅ ଖୁବ୍‌ ପ୍ରଖର ଥିବାରୁ ସେମାନଙ୍କୁ ବଞ୍ଚାଇ ହୋଇନଥିଲା। ସେମାନେ ତର୍ପଣ ପାଇଁ ଗଭୀର ଜଳକୁ ଯାଇଥିବାବେ‌ଳେ ଭାସି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe