Zee News
ନୂଆଦିଲ୍ଲୀ : ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୀର୍ଘ ୭୪ ବର୍ଷ ପରେ କର୍ତାରପୁର କରିଡରରେ ଦୁଇ ଭାଇ ଭେଟାଭେଟି ହୋଇଛନ୍ତି। ଏହି ଭାବପ୍ରବଣ ଦୁଇ ଭାଇଙ୍କ ମିଳନ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
୧୯୪୭ ମସିହାରେ ଭାରତ ବିଭାଜିତ ହେବାବେଳେ ମହମ୍ମଦ ସିଦ୍ଦିକ୍ ଶିଶୁ ଥିଲେ। ତାଙ୍କ ପରିବାର ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ। ସେ ରହିଥିଲେ ପାକିସ୍ତାନର ଫଇସଲାବାଦରେ। ତାଙ୍କ ବଡ ଭାଇ ହବିବ ଓରଫ ଶେଲା ବିଭାଜନ ଲାଇନର ଭାରତୀୟ ପାର୍ଶ୍ୱରେ ପଞ୍ଜାବରେ ବଢ଼ିଥିଲେ। ଦୀର୍ଘ ୭୪ ବର୍ଷ ପରେ ପାକିସ୍ତାନର ଗୁରୁଦ୍ୱାରା ଦରବାର ସାହିବକୁ ଭାରତ ସହିତ ସଂଯୋଗ କରୁଥିବା କର୍ତାପୁର କରିଡର ଭାଇମାନଙ୍କୁ ଏକାଠି କରିଛି। ଏହି ଭାବପ୍ରବଣ ମିଳନକୁ ଦେଖିବା ପାଇଁ ଭିଡ଼ ଜମିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୀମାନ୍ତଠାରୁ ୫ କିଲୋମିଟର କର୍ତାରପୁର ପର୍ଯ୍ୟନ୍ତ ଭିସାମୁକ୍ତ ଯାତ୍ରା ପାଇଁ କର୍ତାରପୁର କରିଡର ଖୋଲିଥିବାରୁ ଦୁଇ ଦେଶର ସରକାରଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ୨୦୧୯ ନଭେମ୍ବରରେ ଏହା କାର୍ଯ୍ୟକ୍ଷମ ହୋଇଥିଲା।
Follow Us