ଛତିଶଗଡ଼ରେ ନକ୍ସଲ୍‌ଙ୍କ ସହ ଏନ୍‌କାଉଣ୍ଟର୍‌: ଦୁଇ ବିଏସ୍‌ଏଫ୍‌ ଯବାନ ସହିଦ

Advertisment
ସ୍ୱାଭିମାନ ଅଞ୍ଚଳରୁ ନକ୍ସଲଙ୍କୁ ତଡ଼ିବୁ, ଦୃଢୋକ୍ତି ପ୍ରକାଶ କଲେ ବିଏସ୍‌ଏଫ୍‌ ଆଇଜି

ରାୟପୁର: ରବିବାର ସକାଳେ ଛତିଶଗଡ଼ର କଙ୍କେର୍‌ ଜିଲ୍ଲାରେ ନକ୍ସଲ୍‌ଙ୍କ ସହ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ବର୍ଡର୍‌ ସିକ୍ୟୁରିଟି ଫୋର୍ସ ସହିଦ ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମାଓ ବିରୋଧୀ ଅଭିଯାନା ଚଳାଇବା ପରେ ବିଏସ୍‌ଏଫ୍‌ର ୧୧୪ ବାଟାଲିୟାନ୍‌ର ଏକ ଦଳ ଫେରୁଥିବା ବେଳେ ପ୍ରତାପପୁର ଥାନା ଅଧୀନ ବିଏସ୍‌ଏଫ୍‌ର ମହଲ କ୍ୟାମ୍ପ୍‌ ନିକଟରେ ଥିବା ଜଙ୍ଗଲରେ ଗୁଳି ବିନିମୟ ଘଟିଥିଲା ବୋଲି ପୁଲିସ ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ (ନକ୍ସଲ୍‌ ଅପରେସନ୍‌) ସୁନ୍ଦରରାଜ ପି କହିଛନ୍ତି।

ରାଜ୍ୟ ରାଜଧାନୀ ଠାରୁ ୨୫୦ କିଲୋମିଟର ଦୂରବର୍ତ୍ତୀ ବାର୍କୋଟ୍‌ ଗାଁ’ର ବଣ ଦେଇ ପାଟ୍ରୋଲିଙ୍ଗ୍‌ ଟିମ୍‌ ଆଗେଇ ଯାଉଥିବା ବେଳେ ଦଳେ ନକ୍ସଲ୍‌ ପ୍ରବଳ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଅଳ୍ପ ସମୟ ଗୁଳି ବିନିମୟ ପରେ ନକ୍ସଲ୍‌ମାନେ ଘଞ୍ଚବଣକୁ ପଶି ଯାଇଥିଲେ।

ସହିଦ ହୋଇଥିବା ଦୁଇ କନେଷ୍ଟବଳ ହେଉଛନ୍ତି ଲୋକେନ୍ଦର୍‌ ସିଂହ ଏବଂ ମୁକ୍‌ଧିଆର୍‌ ସିଂହ। ଉଭୟ ଯଥାକ୍ରମେ ରାଜସ୍ଥାନ ଓ ପଞ୍ଜାବର। ଏଥିରେ ସନ୍ଦୀପ ଦେ ନାମକ ଅନ୍ୟ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି।

ଘଟଣାସ୍ଥଳକୁ ତୁରନ୍ତ ଅଧିକ ଯବାନ ଧାଇଁ ଯାଇଥିଲେ। ସେଠାରୁ ଶବ ଉଦ୍ଧାର କରାଯାଇ ପଖାଞ୍ଜୋର୍‌ସ୍ଥିତ ବିଏସ୍‌ଏଫ୍‌ର ୧୧୪ ବାଟାଲିୟାନ୍‌ର ମୁଖ୍ୟାଳୟକୁ ଅଣାଯାଇଛି।

ଆହତ ଯବାନଜଣକୁ ଅଧିକ ଚିକିତ୍ସା କରାଇବା ପାଇଁ ବିମାନ ଯୋଗେ ରାୟପୁର ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe