Image Source: Zee News
ଲକ୍ଷ୍ନୌ: ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଆଇନ ପ୍ରଣୟନ କରିବାକୁ ସାଂସଦମାନେ ପାର୍ଲାମେଣ୍ଟ୍ରେ ବିଧେୟକ ଆଗତ କରନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି।
ମୋରାଦାବାଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଲେ କେବଳ ଦୁଇଟି ସନ୍ତାନ ନିମନ୍ତେ ଆଗତ ଯେ କୌଣସି ଆଇକୁ ଆର୍ଏସ୍ଏସ୍ ସମର୍ଥନ କରିବ।
ପ୍ରାୟ ୪୦ଜଣ ବରିଷ୍ଠ ଆର୍ଏସ୍ଏସ୍ କର୍ମୀଙ୍କର ଉକ୍ତ ସଭାରେ ସଂଘ ପରିବାରର ମୁଖ୍ୟ ଭାଗବତ କହିଲେ, ଯଦିବା ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବା ସରକାରଙ୍କ ଇଚ୍ଛାଧୀନ, ଆମ ବିଚାରରେ ଆଜିର ସମୟକୁ ଚାହିଁ ତାହା କରାଯିବା କଥା। ଏହି ଆଇନର କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ କିଛି ସମ୍ପର୍କ ରହିବ ନାହିଁ। ତେଣୁ ସମସ୍ତଙ୍କ ପ୍ରତି ତାହା ଲାଗୁ କରାଯାଇପାରିବ।
Image Source: Kerala Kaumudiଚାରିଦିନିଆ ମୋରାଦାବାଦ ଗସ୍ତରେ ଥିବା ଆର୍ଏସ୍ଏସ୍ ମୁଖ୍ୟ ଦେଶର ପ୍ରକୃତ ବିକାଶ ଲାଗି ଦୁଇଟି ସନ୍ତାନ ନିମନ୍ତେ ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ଗୁରୁତ୍ୱ ଦେଇ ଆହୁରି କହିଲେ, ଭାରତ ଏକ ବିକାଶଶୀଳ ଦେଶ, କିନ୍ତୁ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ବିକାଶ ପାଇଁ ଅନୁକୂଳ ନୁହେଁ।
ବାରାଣସୀ ଓ ମଥୁରାରେ ମନ୍ଦିର ତୋଳା ନୁହେଁ, ଦୁଇଟି ସନ୍ତାନ ଧାରାକୁ ବାଧ୍ୟତାମୂଳକ କରିବା ଲାଗି ଆଇନ ପ୍ରଣୟନ କରିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପରବର୍ତ୍ତୀ ଆଜେଣ୍ଡା ବୋଲି ଭାଗବତଙ୍କ ମନ୍ତବ୍ୟରୁ କଳ୍ପନାଜଳ୍ପନା ଉପୁଜିଛି।
Follow Us