କାଳବୈଶାଖୀ ତାଣ୍ଡବର ଛାତିଥରା ଦୃଶ୍ୟ: ପ୍ରବଳ ଝଡ଼ତୋଫାନରେ ଛପର ସହ ଉଡ଼ିଗଲେ ୨ ଛୁଆ...

Advertisment
2 ଛୁଆ

Photograph: (Sambad.in)

ଭୋପାଳ: କାଳବୈଶାଖୀର ତାଣ୍ଡବ ସମସ୍ତେ ଦେଖିଥିବେ । କାଳବୈଶାଖୀ ହେଲେ ହଠାତ୍ ମେଘ ଘୋଟିଆସେ, ପ୍ରବଳ ବର୍ଷା ହୁଏ, ଅଟାନକ ପବନ ବୁହେ ଆଉ ଘଡ଼ଘଡ଼ି ସହ ବିଜୁଳିମାରେ... କେବେ କେବେ କୁଆପଥର ବି ପଡେ... ଝଡତୋଫାନରେ ଗଛ, ଟିଣଛପର ଉଡିଯିବାର ଦୃଶ୍ୟ ମଧ୍ୟ ଆମେ ଦେଖିଛେ । ହେଲେ କାଳବୈଶାଖୀର ତାଣ୍ଡବ ଏତେ ଯେ ଭୟଙ୍କର ହୋଇପାରେ ତାହା ମଧ୍ୟପ୍ରଦେଶରୁ ଆସିଥିବା ଚିତ୍ରକୁ ଦେଖିଲେ ହିଁ ଜାଣିହେବ...

ପ୍ରବଳ ବର୍ଷା ପବନ ହେବାକୁ ଦୁଇଟି ପିଲା ପଲିଥିନ ପକା ଦୋକାନ ଘରେ ଥିବା ବେଳେ ଛପରକୁ ଜାବୁଡି ଧରିଥିଲେ ମାତ୍ର ପବନର ବେଗ ଏତେ ଥିଲା ଯେ, ଛପର ସହ ସେମାନଙ୍କୁ ବି ଉଡେଇ ନେଇ ଦୂରରେ ପକାଇଦେଲା । ମଧ୍ୟପ୍ରଦେଶ ସାଗର ଜିଲ୍ଲାରୁ ଏହି ଭୟଙ୍କର ଦୃଶ୍ୟ ଆସିଥିବା ବେଳେ ଦୁଇ ଜଣ ଛୁଆ ଏବେ ସୁସ୍ଥ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe